ଡାକ୍ତରଖାନାରୁ ଫଟୋ ଛାଡିଲେ ଅନୁଭବ: ଆଉ କିଛି ଦିନ ପରେ ଚାଲିବେ, ଦୌଡିବେ ଓ ଡେଇଁବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମ ସୁଟିଂ ବେଳେ ପଡ଼ିଯାଇ ଆହତ ହୋଇଥିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ତରଙ୍ଗ ସିନେ ପ୍ରଡକ୍‌ନ୍ସର ଆଗାମୀ ଫିଲ୍ମ ‘ପ୍ରେମ କୁମାର’ର ସୁଟିଂ ବେଳେ ଏହି ଅଘଟଣ ଘଟିଥିଲା। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି  କରାଯାଇଥିଲା। ଏବେ ସେ ଦିଲ୍ଲୀର ‘ସ୍ପୋର୍ଟସ ଇଞ୍ଜୁରି ସେଣ୍ଟର’ରେ ଚିକିତ୍ସିତ ହେଉଛନ୍ତି। ସେ ସୋସିଆଲ ମିଡିଆରେ ଏନେଇ କିଛି ଫଟୋ ସେୟାର କରିଛନ୍ତି। ଫଟୋ ପୋଷ୍ଟ କରିବା ସହ ଅନୁଭବ ଲେଖିଛନ୍ତି, […]

anubhab

anubhab

Rakesh Mallick
  • Published: Wednesday, 02 May 2018
  • Updated: 02 May 2018, 05:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମ ସୁଟିଂ ବେଳେ ପଡ଼ିଯାଇ ଆହତ ହୋଇଥିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ତରଙ୍ଗ ସିନେ ପ୍ରଡକ୍‌ନ୍ସର ଆଗାମୀ ଫିଲ୍ମ ‘ପ୍ରେମ କୁମାର’ର ସୁଟିଂ ବେଳେ ଏହି ଅଘଟଣ ଘଟିଥିଲା। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି  କରାଯାଇଥିଲା। ଏବେ ସେ ଦିଲ୍ଲୀର 'ସ୍ପୋର୍ଟସ ଇଞ୍ଜୁରି ସେଣ୍ଟର'ରେ ଚିକିତ୍ସିତ ହେଉଛନ୍ତି। ସେ ସୋସିଆଲ ମିଡିଆରେ ଏନେଇ କିଛି ଫଟୋ ସେୟାର କରିଛନ୍ତି।

ଫଟୋ ପୋଷ୍ଟ କରିବା ସହ ଅନୁଭବ ଲେଖିଛନ୍ତି, 'ଓଡିଶା ଓ ଦେଶ ବିଦେଶର ଦକ୍ଷ ଡାକ୍ତରମାନେ ମତେ ଭଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ସେମାନେ କୌଣସି ଠାକୁରଙ୍କଠାରୁ କମ୍ ନୁହଁନ୍ତି।

ଆଉ ଅଳ୍ପ କିଛି ଦିନର କଥା, ମୁଁ ପୁଣି ପୂର୍ବ ଭଳି ବିନା କଷ୍ଟରେ ଚାଲିବି, ଦୌଡିବି ଓ ଡେଇଁବି।" ଅନୁଭବଙ୍କ ସହ ତାଙ୍କ ଧର୍ମପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ସେଠାରେ ଅଛନ୍ତି।

ସୂଚନା ଅନୁଯାଇ କିଛିଦିନ ତଳେ କଟକର ମହାନଦୀ ବିହାରରେ ଫିଲ୍ମ "ପ୍ରେମ କୁମାର"ର ଏକ ଫାଇଟିଂ ସିନ୍‌ର ସୁଟିଂ ଚାଲିଥିଲା।

ଫାଇଟ୍‌ ମାଷ୍ଟର ଥିଲେ ରସିଦ୍‌ ମେହେତା। ଅନୁଭବଙ୍କୁ ୧୦ଫୁଟ ଉଚ୍ଚ ଏକ ଶିଡ଼ିଘର ଉପରୁ ଛାତ ଉପରକୁ ଡେଇଁବାର ଥିଲା।

ଛାତ ଉପରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହେଲେ ଡେଇଁବା ବେଳେ କୌଣସି କାରଣରୁ ଅନୁଭବଙ୍କ ଗୋଡ଼ ସାମାନ୍ୟ ମୋଡି ହୋଇ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos