‘ଛାତ୍ରନେତାଙ୍କୁ ବ୍ୟାୟାମ କରିବାକୁ କହିଥିଲି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ବିଶ୍ୱବିଦ୍ୟାଳୟର ସମସ୍ୟା ସଂପର୍କରେ ଲଢ଼େଇ କରିବାକୁ ହେଲେ ପ୍ରଥମେ ଶରୀରକୁ ଫିଟ୍‌ ରଖିବାକୁ ହେବ। ଏହି ଉଦ୍ଦେଶ୍ୟରେ ମୁଁ ହାଲୁକା ଭାବେ ତୁଷାରଙ୍କୁ ଯୋଗ ଓ ବ୍ୟାୟାମ କରିବାକୁ କହିଥିଲି। ତେବେ ତୁଷାର କ’ଣ ଛୋଟ ପିଲା ଯେ ମୁଁ କହିବା ଅନୁସାରେ ଉଠବସ ହୋଇଗଲେ?” ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ତୁଷାର ନାୟକଙ୍କୁ ସେ ଉଠବସ କରାଇଥିବା ଅଭିଯୋଗ ଉପରେ ସଫେଇ ରଖି ଏକ ଗଣମାଧ୍ୟମକୁ ଏମିତି ପ୍ରତିକ୍ରିୟା […]

Arunsahu

Arunsahu

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 12:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ବିଶ୍ୱବିଦ୍ୟାଳୟର ସମସ୍ୟା ସଂପର୍କରେ ଲଢ଼େଇ କରିବାକୁ ହେଲେ ପ୍ରଥମେ ଶରୀରକୁ ଫିଟ୍‌ ରଖିବାକୁ ହେବ। ଏହି ଉଦ୍ଦେଶ୍ୟରେ ମୁଁ ହାଲୁକା ଭାବେ ତୁଷାରଙ୍କୁ ଯୋଗ ଓ ବ୍ୟାୟାମ କରିବାକୁ କହିଥିଲି। ତେବେ ତୁଷାର କ’ଣ ଛୋଟ ପିଲା ଯେ ମୁଁ କହିବା ଅନୁସାରେ ଉଠବସ ହୋଇଗଲେ?”

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ତୁଷାର ନାୟକଙ୍କୁ ସେ ଉଠବସ କରାଇଥିବା ଅଭିଯୋଗ ଉପରେ ସଫେଇ ରଖି ଏକ ଗଣମାଧ୍ୟମକୁ ଏମିତି ପ୍ରତିକ୍ରିୟା ଦେଇଛନ୍ତି ବିଧାୟକ ଅରୁଣ ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତୁଷାର ତାଙ୍କର ସାନ ଭାଇ। ତୁଷାର ତାଙ୍କର ଭଲ ମନ୍ଦ ତାଙ୍କୁ ଜଣାଇଥା’ନ୍ତି। ମାତ୍ର କ’ଣ ପାଇଁ ସେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ତାହାକୁ ସେ ଅନୁଧ୍ୟାନ କରୁଛନ୍ତି। ଏହା ଅସନ୍ତୁଷ୍ଟ ଗୋଷ୍ଠୀର ଚକ୍ରାନ୍ତ ବି ହୋଇପାରେ ବୋଲି ଅରୁଣ କହିଛନ୍ତି।

ଗତକାଲି ତୁଷାର ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରି ଅଭିଯୋଗ କରିଥିଲେ ଯେ ଅରୁଣ ସାହୁ ତାଙ୍କୁ ୭୦ ଥର ଉଠବସ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ।

ଅଭିଯୋଗରୁ ପ୍ରକାଶ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସମସ୍ତ ସ୍ୱୟଂ ବିତ୍ତୀୟ ବିଭାଗ ଗୁଡ଼ିକ ନିୟମିତ କରିବା ସମ୍ପର୍କରେ ଆଲୋଚନା ପାଇଁ ଛାତ୍ର ସଂସଦ ସଭାପତି ତୁଷାର ନାୟକ ସୋମବାର ବାରିପଦା ନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କୁ ଫୋନ୍‌ କରିଥିଲେ। ତାଙ୍କଠାରୁ ଡାକରା ପାଇ ମଙ୍ଗଳବାର ତୁଷାର ସର୍କିଟ୍‌ ହାଉସ୍‌କୁ ଯାଇଥିଲେ। ମାତ୍ର ସେ ଜାଣିନଥିଲେ ସେଠାକୁ ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ ଆସିଛନ୍ତି ବୋଲି। ତୁଷାର ନିଜର ଅଭିଯୋଗ କହିବା ବେଳେ ଅରୁଣ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେଇଥିଲେ। ଏପରିକି ରୁମ୍‌ରୁ ବାହାରିଯିବାକୁ ଅରୁଣ କହିଥିଲେ। ଏଥିରେ ବ୍ୟଥିତ ହୋଇ ତୁଷାର ସେଠାରୁ ପଳାଇ ଯାଇଥିଲେ। କିଛି ସମୟ ପରେ ଅରୁଣ ପୁନର୍ବାର ତୁଷାରଙ୍କୁ ଡାକି ଉଠବସ ହେବାକୁ କହିଥିଲେ। ପରେ ସେ ବାଧ୍ୟ ହୋଇ ସମସ୍ତଙ୍କ ସମ୍ମୁଖରେ ୭୦ରୁ ଅଧିକ ଥର ଉଠବସ ହୋଇଥିଲେ। ସବୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟରେ ସେଠାରେ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ହେଲେ କେହି ପ୍ରତିବାଦ କରିନଥିଲେ। ବରଂ ସମସ୍ତେ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story