ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

bse orissa logo

ଭୁବନେଶ୍ୱର: ଆସନ୍ତାକାଲି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।  ବୁଧବାର ସକାଳ ସାଢେ ୧୦ଟାରେ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରାଯିବ । ପୂର୍ବାହ୍ନ ସାଢେ ୧୧ଟାରୁ ୩ଟି ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ ପ୍ରେଷ୍ଟିଜ୍ ରେଜଲ୍ଟସ ଡଟ୍ ଇନ୍, ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ ଇଣ୍ଡିଆ ରେଜଲ୍ଟସ୍ ଡଟ୍ ଇନ୍ ଓ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ ବିଏସଇ ଓଡ଼ିଶା ଡଟ୍ ଏନଆଇସି ଡଟ୍ ଇନରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ । ଚଳିତବର୍ଷ ପ୍ରାୟ ୧୮ ହଜାର ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ଭରିଥିଲେ । ଜୁଲାଇ ୨୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନଙ୍କୁ ମାର୍କସିଟ୍ ଯୋଗାଇ ଦିଆଯିବ ବୋଲି ବୋର୍ଡ ସଭାପତି ପ୍ରଫେସର ଦକ୍ଷପ୍ରସାଦ ନନ୍ଦ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Previous ArticleNext Article

Send this to a friend