ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଅଶୋକ ପାଣିଗ୍ରାହୀ

<p>ବରଗଡ଼(ଓଡ଼ିଶା ରିପୋର୍ଟର) : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଅଶୋକ ପାଣିଗ୍ରାହୀ ପ୍ରାର୍ଥିପତ୍ର ଦାଖଲ କରିବେ। ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି।&nbsp; ବିଜେପିର ତୁଙ୍ଗନେତାମାନେ ବରଗଡ଼ରେ ଡେରା ପକାଇଛନ୍ତି।&nbsp; ସୂଚନା ଅନୁସାରେ ଆଜି ପ୍ରଥମେ ପଦ୍ମପୁର ଗୋରୁ ମାର୍କେଟ ପଡ଼ିଆରେ ଏକ ସାଧାରଣ ସଭା କରାଯିବ।&nbsp; ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ ଅଶୋକ ପାଣିଗ୍ରାହୀ । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ।&nbsp; ଏହି ସମୟରେ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ସହିତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ।</p> <p>ଅନ୍ୟପକ୍ଷରେ ଅଶୋକ ପ୍ରାର୍ଥିପତ୍ର ଦାଖଲ କରୁଥିବାରୁ ପଦ୍ମପୁରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।&nbsp; ତିନି ପ୍ଲାଟୁନ ଫୋର୍ସ ସହିତ ବରଗଡ଼ ଏସ୍&zwnj;ପି ମଧ୍ୟ ନିଜେ ଉପସ୍ଥିତ ଅଛନ୍ତି।&nbsp;&nbsp; ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏ ପର୍ଯ୍ୟନ୍ତ ୫ ସେଟ୍ ପ୍ରାର୍ଥୀପତ୍ର କିଣାଯାଇଥିବା ସୂଚନା ମିଳିଛି।&nbsp; ବିଜେଡିରୁ ରୀତା ସାହୁ, ବିଜେପିରୁ ଅଶୋକ ପାଣିଗ୍ରାହୀ, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ପାଇକ ଏବଂ ସ୍ୱାଧୀନ ଭାବେ କୁବେର ଜାଲ୍ ଯାଦବ ଓ ପ୍ରମୋଦ କୁମାର ଛତର&nbsp;ପ୍ରାର୍ଥିପତ୍ର କିଣିଥିବା ସୂଚନା ମିଳିଛି।&nbsp; ବିଜେଡି ପ୍ରାର୍ଥୀ ରୀତା ସାହୁ ଆସନ୍ତା ୫ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ।</p>

Ordigital Desk
  • Published: Friday, 02 February 2018
  • Updated: 02 February 2018, 08:00 AM IST

Sports

Latest News

<p>ବରଗଡ଼(ଓଡ଼ିଶା ରିପୋର୍ଟର) : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଅଶୋକ ପାଣିଗ୍ରାହୀ ପ୍ରାର୍ଥିପତ୍ର ଦାଖଲ କରିବେ। ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି।&nbsp; ବିଜେପିର ତୁଙ୍ଗନେତାମାନେ ବରଗଡ଼ରେ ଡେରା ପକାଇଛନ୍ତି।&nbsp; ସୂଚନା ଅନୁସାରେ ଆଜି ପ୍ରଥମେ ପଦ୍ମପୁର ଗୋରୁ ମାର୍କେଟ ପଡ଼ିଆରେ ଏକ ସାଧାରଣ ସଭା କରାଯିବ।&nbsp; ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ ଅଶୋକ ପାଣିଗ୍ରାହୀ । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ।&nbsp; ଏହି ସମୟରେ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ସହିତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ।</p><p>ଅନ୍ୟପକ୍ଷରେ ଅଶୋକ ପ୍ରାର୍ଥିପତ୍ର ଦାଖଲ କରୁଥିବାରୁ ପଦ୍ମପୁରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।&nbsp; ତିନି ପ୍ଲାଟୁନ ଫୋର୍ସ ସହିତ ବରଗଡ଼ ଏସ୍&zwnj;ପି ମଧ୍ୟ ନିଜେ ଉପସ୍ଥିତ ଅଛନ୍ତି।&nbsp;&nbsp; ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏ ପର୍ଯ୍ୟନ୍ତ ୫ ସେଟ୍ ପ୍ରାର୍ଥୀପତ୍ର କିଣାଯାଇଥିବା ସୂଚନା ମିଳିଛି।&nbsp; ବିଜେଡିରୁ ରୀତା ସାହୁ, ବିଜେପିରୁ ଅଶୋକ ପାଣିଗ୍ରାହୀ, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ପାଇକ ଏବଂ ସ୍ୱାଧୀନ ଭାବେ କୁବେର ଜାଲ୍ ଯାଦବ ଓ ପ୍ରମୋଦ କୁମାର ଛତର&nbsp;ପ୍ରାର୍ଥିପତ୍ର କିଣିଥିବା ସୂଚନା ମିଳିଛି।&nbsp; ବିଜେଡି ପ୍ରାର୍ଥୀ ରୀତା ସାହୁ ଆସନ୍ତା ୫ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos