ଶ୍ରୀମନ୍ଦିର ଜଗମୋହନ ଛାତର ହେବ ମରାମତି

puri

ପୁରୀ:  ପୁରୀ ଶ୍ରୀମନ୍ଦିର ଜଗମୋହନ ଛାତର ସୁରକ୍ଷା ନେଇ ଆସନ୍ତା ୨୩ରେ ପୁରୀ ଆସିବ ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର୍ କମିଟି। ଜଗମୋହନକୁ ଯେପରି, ବିମ୍ ଓ ପିଲର ମାଧ୍ୟମରେ ସୁରକ୍ଷା ଦିଆଯାଇଛି, ସେଭଳି ଜଗମୋହନର ଛାତକୁ ସୁରକ୍ଷା ଦିଆଯିବ। ଛାତ ସୁରକ୍ଷା ପ୍ରସ୍ତାବକୁ ଏଏସ୍ଆଇ ଡିଜି ଅନୁମୋଦନ କରିଛନ୍ତି।  ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ପ୍ରସ୍ତାବକୁ ଅନୁମୋଦନ କରିଛି।

ଜଗମୋହନ ଛାତର ସୁରକ୍ଷା ଲାଗି ଏଏସ୍ଆଇ ପ୍ରକ୍ରିୟା ଆରମ୍ଭ କରିବ। ପୁରୀ ଆସି ଛାତର ମରାମତି ଡିଜାଇନ, ଡ୍ରଇଂ ଏବଂ ଏଷ୍ଟିମେଟ୍  ପ୍ରସ୍ତୁତ କରିବ କମିଟି।  ଡିଜାଇନ୍ ଅନୁମୋଦନ ପରେ କାମ ଆରମ୍ଭ ହେବ ବୋଲି ଏଏସ୍ଆଇ ସୂତ୍ରରୁ ସୂଚନା ମିଳିଛି।

Previous ArticleNext Article