ଆସିଲେନି ନିଲାମଧାରୀ: ରୋଜଭ୍ୟାଲି ସମ୍ପତ୍ତି ନିଲାମ ବନ୍ଦ

rosevally

କଟକ: ଆଜି ଚିଟ୍‌ଫଣ୍ଡ କମ୍ପାନୀ ରୋଜଭ୍ୟାଲିର ସମ୍ପତ୍ତି ନିଲାମ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ତେବେ ସମ୍ପତ୍ତି ନିଲାମ ଧରିବାକୁ କେହି ନିଲାମଧାରୀ ଆବେଦନ ନ କରିବାରୁ ଏହାକୁ ବନ୍ଦ କରି ଦିଆଯାଇଛି। ପରବର୍ତ୍ତି ସମୟରେ ଏହି ସମ୍ପତ୍ତି ନିଲାମ ପାଇଁ ପୁଣି ଉଦ୍ୟମ କରାଯିବ ବୋଲି କଟକ ଏଡିଏମ୍‌ ବିଭୂତି ଦାସ କହିଛନ୍ତି।

ଆଜି ପୂର୍ବାହ୍ନ ୧୧ଟାରେ ଏଡିଏମ୍‌ଙ୍କ କାର୍ଯ୍ୟାଳୟ ପରିସରରେ ଇ-ଅକ୍ସନ ପ୍ରକ୍ରିୟାରେ ନିଲାମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର ନୀଳଗିରି ତହସିଲର ଶ୍ୟାମଶୁନ୍ଦରପୁର ଗାଁରେ ଥିବା ୪୫ ଡ଼ିସମିଲ ଜମିର ନିଲାମ ମୂଲ୍ୟ ୭ ଲକ୍ଷ ୩୧ହଜାର ଟଙ୍କା ରଖାଯାଇଥିଲା। ଭୁବନେଶ୍ୱର ପାହାଳ ନିକଟ ଉତ୍କଳ ହାଇଟ୍ସରେ ଥିବା ୪ଟି ଫ୍ଲ।ଟର ନିଲାମ ମୂଲ୍ୟ ୩ କୋଟି ୬୯ଲକ୍ଷ ଟଙ୍କା ଥିଲା। ତେବେ ଏହାକୁ ନିଲାମ ଧରିବାକୁ କେହି ନିଲାମଧାରୀ ଆବେଦନ କରି ନ ଥିଲେ।

ପୂର୍ବରୁ ରୋଜଭ୍ୟାଲିର ବିଭିନ୍ନ ବ୍ୟାଙ୍କରେ ଥିବା ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କଟକ ଏଡ଼ିଏମଙ୍କ ଆକାଉଣ୍ଟରେ ରଖାଯାଇଛି।

ଆଗକୁ ସାଫେକ୍ସ ଇନଫ୍ର।ଟେକ, ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଓ ଆସ୍ଥା ଇଣ୍ଟରନ୍ୟାସନାଲ ଲିମିଟେଡ଼ର ସମ୍ପତ୍ତି ନିଲାମ କରାଯିବ ବୋଲି ସୂଚନା ମିଳିଛି।

Previous ArticleNext Article

Send this to a friend