ବଦମାସ ବାବା: ୭ ବର୍ଷର ଝିଆରୀକୁ କଲା ଦୁଷ୍କର୍ମ

rapist

ଆଠଗଡ଼: ଭଣ୍ଡ ବାବାର ଜଘନ୍ୟ କାଣ୍ଡ। କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳରରେ ୭ ବର୍ଷର ନାବାଳିକାକୁ ଏହି ଭଣ୍ଡ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଗାଁ ଲୋକେ ତାକୁ ଧରି ତିଗିରିଆ ପୋଲିସ୍ ଜିମା ଦେଇଛନ୍ତି।

ଏହି ବାବାର କାହାଣୀ ବି ବେଶ୍ ଲମ୍ବା। ବାବା ହୋଇ ଗାଁକୁ ଆସିଥିଲା। ନିଜକୁ ବାବାର ପରିଚୟ ଦେଇଥିଲା। ତେବେ ଯେଉଁ ଝିଅକୁ ଦୁର୍ଷ୍କମ କରିଛି ତା’ରି ପିଉସୀକୁ ବାହା ହେଲା। ବାହା ହେବା ପରେ ଘରଜ୍ୱାଇଁ ହୋଇ ସେଠି ରହିଲା। କିନ୍ତୁ ମନରେ ଥିଲା ଆଉ କିଛି କଥା। ମଉକା ଦେଖି ନିଜ ଯୌନ କ୍ଷୁଧା ମେଣ୍ଟାଇବା ପାଇଁ ମାତ୍ର ୭ ବର୍ଷର ଝିଅକୁ କଲା ଦୁଷ୍କର୍ମ।

Previous ArticleNext Article