ଆଠଗଡ଼: ହାତୀ ଆକ୍ରମଣରେ ଶ୍ରମିକ ଆହତ

athagarh

ଆଠଗଡ଼: ଗୁରୁଡ଼ିଝାଟିଆ ଅନ୍ତର୍ଗତ କପୁରୁସିଂରେ ଥିବା କର୍ମା ପ୍ଲାଣ୍ଟର ଜଣେ ଶ୍ରମିକ ଆଜି ସକାଳେ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ଭଦ୍ରକ ଅଞ୍ଚଳରେ।

ଶ୍ରମିକ ଜଣଙ୍କ ସକାଳେ ପ୍ଲାଣ୍ଟର ଗେଟ୍ ବାହାରକୁ ଆସିଥିବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଧରି ପ୍ରଥମେ କଚାଡ଼ି ଦେଇଥିଲା। ତେବେ ପ୍ଲାଣ୍ଟ୍ କର୍ମଚାରୀମାନେ ଜୋରରେ ପାଟି କରିବା ସହିତ ହାତୀଟିକୁ ଘଉଡ଼ାଇ ଥିଲେ। ଫଳରେ ହାତୀଟି ତାଙ୍କୁ ଆଉ ଆକ୍ରମଣ କରି ନ ଥିଲା। ପରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀଟିକୁ ପ୍ଲାଣ୍ଟ୍ ନିକଟରୁ ତଡ଼ି ଦେଇଥିଲେ।

Previous ArticleNext Article

Send this to a friend