ଆଠଗଡ:  ଜଣେ ବ୍ୟକ୍ତିର ମୃତ୍ୟୁକୁ କେନ୍ଦ୍ର କରି ଥାନା ଅଧିକାରୀଙ୍କୁ  ଅଟକ ରଖିଲେ ଗାଁ ଲୋକ

ଆଠଗଡ଼:  ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ କେନ୍ଦ୍ର କରି ଆଠଗଡ଼ ଥାନା ଅଧିକାରୀଙ୍କୁ ଗାଁ ଲୋକେ ଅଟକ ରଖିଥିଲେ । ବେଣ୍ଟପଦା ଗାଁର ଦୁଇଭାଇ ସନ୍ତୋଷ ମିଶ୍ର ଓ ଶ୍ରୀଧର ମିଶ୍ରଙ୍କ ମଧ୍ୟରେ ବିବାଦ ପରେ ଆଠଗଡ଼ ଥାନାକୁ ଏତଲା ଦେବାକୁ ଯାଉଥିବା ସମୟରେ ସାନଭାଇ ଶ୍ରୀଧର ମିଶ୍ର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାର  ସମ୍ମୁଖୀନ ହେବାର ୪ ଦିନ ପରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଶ୍ରୀଧରଙ୍କ […]

attgara

attgara

Rakesh Mallick
  • Published: Friday, 17 July 2015
  • Updated: 17 July 2015, 02:23 AM IST

Sports

Latest News

ଆଠଗଡ଼:  ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ କେନ୍ଦ୍ର କରି ଆଠଗଡ଼ ଥାନା ଅଧିକାରୀଙ୍କୁ ଗାଁ ଲୋକେ ଅଟକ ରଖିଥିଲେ । ବେଣ୍ଟପଦା ଗାଁର ଦୁଇଭାଇ ସନ୍ତୋଷ ମିଶ୍ର ଓ ଶ୍ରୀଧର ମିଶ୍ରଙ୍କ ମଧ୍ୟରେ ବିବାଦ ପରେ ଆଠଗଡ଼ ଥାନାକୁ ଏତଲା ଦେବାକୁ ଯାଉଥିବା ସମୟରେ ସାନଭାଇ ଶ୍ରୀଧର ମିଶ୍ର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାର  ସମ୍ମୁଖୀନ ହେବାର ୪ ଦିନ ପରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଶ୍ରୀଧରଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ଉତ୍ୟକ୍ତ ହୋଇ ବେଣ୍ଟ ଗ୍ରାମବାସୀ ମୃତଦେହକୁ ଗାଁର ମୁଣ୍ଡରେ ରଖି ପ୍ରତିବାଦ କରିଥିଲେ। ଘଟଣାସ୍ଥଳକୁ ଆଠଗଡ଼ ପୋଲିସ ଆସି ବୁଝାସୁଝା କରୁଥିବାବେଳେ ଗ୍ରାମବାସୀ ଥାନା ଅଧିକାରୀଙ୍କୁ ଦୀର୍ଘ ସମୟ ଘେରାଉ କରି ରଖିଥିଲେ। ଶେଷରେ ଅଭିଯୁକ୍ତକୁ ଗିରଫ କରିବା ସହିତ ମୃତ ଶ୍ରୀଧର ମିଶ୍ରଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶୃତି ମିଳିବା ପରେ ଗାଁ ଲୋକେ ଥାନା ଅଧିକାରୀଙ୍କୁ ଛାଡିଥିଲେ। ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos