ଆଠଗଡ଼: ପାଣି ପାଇଁ ରାସ୍ତାରୋକ

attgrah

ଆଠଗଡ଼:  ଉତ୍କଟ ଜଳ ସମସ୍ୟା ନେଇ ଆଜି  କଟକ ଜିଲ୍ଲା ଆଠଗଡ଼ ବ୍ଲକ  ଓରନ୍ଦା ଛକରେ  ଏନ୍‌ଏଚ୍-୫୫ କୁ ସ୍ଥାନୀୟ ଲୋକ ଅବରୋଧ କରିଥିଲେ। ରାସ୍ତା ଅବରୋଧ  ଯୋଗୁଁ  ଶହଶହ ଗାଡ଼ି ମଟର ରାସ୍ତାର ଉଭୟ ପାର୍ଶ୍ୱରେ  ଅଟକି ରହିଥିଲା। ପାନୀୟ ଜଳ ଯୋଗାଣ ନେଇ ସ୍ଥାନୀୟ ଲୋକେ ଦୀର୍ଘ ଦିନ ଧରି ପ୍ରଶାସନ ନିକଟରେ  ଅଭିଯୋଗ କରିଥିଲେ।  ତେବେ ଏଥିରେ କୌଣସି ସୁଫଳ ମିଳି ନ ଥିଲା।  ଶେଷରେ ସେମାନେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

Previous ArticleNext Article

Send this to a friend