ଆଉ ୭ଟି ଖଣି ଖୋଲିବାର ବାଟ ଫିଟିଲା

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ଥିବା ଆଉ ୭ଟି ଖଣି ଖୋଲିବା ପାଇଁ ବାଟ ଫିଟିଲା। ଏହି ୭ଟି ଖଣିର ଅତିରିକ୍ତ ଲିଜ୍ ଡିଡ୍ ପାଇଁ ଅନ୍ତର୍ବିଭାଗୀୟ କମିଟି ସୁପାରିଶ କରିଥିବା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମମୋଦନ ପରେ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଗତ ୮ ତାରିଖରେ ବସିଥିବା ଇଣ୍ଟର ଡିପାର୍ଟମେଣ୍ଟାଲ୍ ବୈଠକରେ ୮ଟି ଖଣି ଉପରେ ଆଲୋଚନା ହୋଇଥିଲା। ସେ ଭିତରୁ ୭ଟି ଖଣି ଖୋଲିବା ପାଇଁ କମିଟି ସୁପାରିଶ କରିଛି। […]

Prafulla-Mallick

Prafulla-Mallick

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 09:25 AM IST

Sports

Latest News

khaniଭୁବନେଶ୍ୱର: ରାଜ୍ୟରେ ବନ୍ଦ ଥିବା ଆଉ ୭ଟି ଖଣି ଖୋଲିବା ପାଇଁ ବାଟ ଫିଟିଲା। ଏହି ୭ଟି ଖଣିର ଅତିରିକ୍ତ ଲିଜ୍ ଡିଡ୍ ପାଇଁ ଅନ୍ତର୍ବିଭାଗୀୟ କମିଟି ସୁପାରିଶ କରିଥିବା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମମୋଦନ ପରେ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଗତ ୮ ତାରିଖରେ ବସିଥିବା ଇଣ୍ଟର ଡିପାର୍ଟମେଣ୍ଟାଲ୍ ବୈଠକରେ ୮ଟି ଖଣି ଉପରେ ଆଲୋଚନା ହୋଇଥିଲା। ସେ ଭିତରୁ ୭ଟି ଖଣି ଖୋଲିବା ପାଇଁ କମିଟି ସୁପାରିଶ କରିଛି। ପୂର୍ବରୁ ୨୯ଟି ଖଣିର ଅତିରିକ୍ତ ଲିଜ୍ ଡିଡ୍ ପାଇଁ ସୁପାରିଶ ପରେ ଏପର୍ଯ୍ୟନ୍ତ ୨୧ଟି ଖଣିର ଲିଜ୍ ଡିଡ୍ ସରିଛି। ଏ ବାବଦକୁ ସରକାର ୮୯୫ କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି। ଲିଜ୍ ଡିଡ୍ ହୋଇ ନଥିବା ୮ଟି ଖଣି ମଧ୍ୟରୁ ୨ଟି ଖଣି ସମୟସୀମା ବୃଦ୍ଧି ପାଇଁ ଆବେଦନ କରିଥିବା ଖଣିମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos