ଅଗଷ୍ଟ ୧୯ରୁ ରାଜ୍ୟ ବ୍ଲକ ଗ୍ରାଣ୍ଟ ଶିକ୍ଷକ କର୍ମଚାରୀ ସଂଘର ଧାରଣା

samn]balpur

samn]balpur

ସମ୍ବଲପୁର: ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଓ ନିୟମିତ ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ଆସନ୍ତା ଅଗଷ୍ଟ ୧୯ ତାରିଖରୁ ବିଧାନ ସଭା ଆଗରେ ଧାରଣା ଦେବ ରାଜ୍ୟ ବ୍ଲକ ଗ୍ରାଣ୍ଟ ଶିକ୍ଷକ କର୍ମଚାରୀ ସଂଘ। ଏଥିପାଇଁ ପ୍ରତି ଜିଲ୍ଲା ସ୍ତରରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି। ସମ୍ୱଲପୁରରେ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ କେତେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ହୋଇଛି। ରାଜ୍ୟ ସଂଘ ଏଥର ନିଷ୍ପତ୍ତି ନେଇଛି ଯେ ଆସନ୍ତା ବିଧାନସଭା ଅଧିବେସନ ସରିବା ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ବନ୍ଦ କରି ସାମୁହିକ ଛୁଟି ନେଇ ଆନ୍ଦୋଳନରେ ସାମିଲ ହେବେ। ସେହି ଅବଧି ମଧ୍ୟରେ ଯଦି ଦାବୀ ପୂରଣ ନ ହୁଏ ତେବେ ଭୁବନେଶ୍ୱରରୁ ଫେରିବା ପରେ ସମସ୍ତ ବ୍ଲକ ଅନୁଦାନପ୍ରାପ୍ତ ସ୍କୁଲରେ ସ୍ଥାୟୀ ଭାବେ ତାଲା ଦେଇ ଗ୍ରାମ କମିଟିକୁ ଚାବି ହସ୍ତାନ୍ତର କରିବେ ବୋଲି ସମ୍ୱଲପୁର ଜିଲ୍ଲା ବ୍ଲକ ଗ୍ରାଣ୍ଟ ସ୍କୁଲ ଶିକ୍ଷକ- କର୍ମଚାରୀ ସଂଘ ସମ୍ପାଦକ ସତ୍ୟ ନାରାୟଣ ସାହୁ କହିଛନ୍ତି।

Previous ArticleNext Article

Send this to a friend