ବଧୂହତ୍ୟା ମାମଲାରେ ନିଲମ୍ୱିତ କନେଷ୍ଟବଳଙ୍କୁ ୯ ବର୍ଷ ଜେଲ

rayagada

ରାୟଗଡା: ଯୌତୁକ ଜନିତ ବଧୂହତ୍ୟା ମାମଲାରେ ନିଲମ୍ୱିତ କନେଷ୍ଟବଳ ବୃନ୍ଦାବନ କନ୍ଧପାଣିଙ୍କୁ ୯ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଦୌରାଜଜ୍। ୨୦୦୯ ମସିହାରେ ବୃନ୍ଦାବନ ମାଧୁରୀ କୌଶଲ୍ୟାଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ୨୦୧୦ ମସିହାରେ ମାଧୁରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିଲା। ଯୌତୁକ ପାଇଁ ମାଧୁରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ମାମଲାର ବିଚାର କରି ରାୟଗଡ଼ା ଜିଲ୍ଲା ଦୌରାଜଜ୍ ବୃନ୍ଦାବନଙ୍କୁ ୯ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

Previous ArticleNext Article

Send this to a friend