କଟକରେ ବିଜେପି ନେତା ସମୀର ଦେଙ୍କୁ ବୈଜୟନ୍ତ ଭେଟିବା ନେଇ ରାଜନୈତିକ ହଟଚମଟ, ପଢନ୍ତୁ କିଏ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ଚର୍ଚ୍ଚାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଗତକାଲି ରାତିରେ ବିଜେପିର ବରିଷ୍ଠ ନେତା ସମୀର ଦେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ବୈଜୟନ୍ତ। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବିଭିନ୍ନ ଦଳୀୟ ନେତୃବୃନ୍ଦ। ଏ ନେଇ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, କଟକ ହେଉଛି ବିଜେଡିର ଗଡ଼ ଏଠାରେ କୌଣସି ଦଳ କିମ୍ବା ବ୍ୟକ୍ତିଙ୍କ ପ୍ରଭାବ ଅନୁଭୁତ ହେବ ନାହିଁ। […]

baijayanta

baijayanta

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 02:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ଚର୍ଚ୍ଚାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଗତକାଲି ରାତିରେ ବିଜେପିର ବରିଷ୍ଠ ନେତା ସମୀର ଦେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ବୈଜୟନ୍ତ। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବିଭିନ୍ନ ଦଳୀୟ ନେତୃବୃନ୍ଦ।

ଏ ନେଇ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, କଟକ ହେଉଛି ବିଜେଡିର ଗଡ଼ ଏଠାରେ କୌଣସି ଦଳ କିମ୍ବା ବ୍ୟକ୍ତିଙ୍କ ପ୍ରଭାବ ଅନୁଭୁତ ହେବ ନାହିଁ। କାହା ଘରକୁ କିଏ ଗଲା, ତାହା ବ୍ୟକ୍ତିଗତ କଥା। ସେ ବିଷୟରେ କେବଳ ସେହିମାନେ ଉତ୍ତର ଦେଇପାରିବେ। ଏହା ଛଡ଼ା କଟକ ହେଉଛି ବିଜୁ ଜନତା ଦଳର ଗଡ଼- ଏଠାରେ ବୈଜୟନ୍ତ ଛିଡ଼ା ହେଲେ ବି କିଛି ପ୍ରଭାବ ପଡ଼ିବ ନାହିଁ।

ଏହି ଘଟଣାରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବୈଜୟନ୍ତ ସାଂସଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ଆଉ ନିଜ ତରଫରୁ ଇସ୍ତଫା ଦେଇଥିବାରୁ କିଛି କହିବାର ନାହିଁ। କିଏ କାହାକୁ ଘରେ ଯାଇ ଭେଟିଲେ, ସେଥିପାଇଁ ବିଜେଡି କାହିଁକି ପ୍ରତିକ୍ରିୟା ଦେବ। ବ୍ୟକ୍ତିଗତ ସ୍ତରରେ କ’ଣ ଆଲୋଚନା ହୋଇଛି, ମତଦେବା ଠିକ ହେବନି।

ଏଥିରେ ସରକାରୀ ଦଳର ମୁଖ୍ୟ ସଚେତକ ଅମର ଶତପଥୀଙ୍କ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କୌଣସି ବ୍ୟକ୍ତି ନିଜ ବିଷୟରେ କିଛି ନିଷ୍ପତ୍ତି ନେଇପାରନ୍ତି। କାହା ଘରେ ଯାଇ କିଏ ବସିଲା, ସେଥିରେ ବିଶେଷ କାର୍ଯ୍ୟକ୍ରମ ନାହିଁ। ଆଉ ଗୋଟିଏ କଥା ହେଲା ଜଣେ ଇସ୍ତଫା ଦେବା ପରେ ସେଥିରେ କିଛି କଜ୍ ଅଫ୍ ଆକ୍ସନ ନାହିଁ। ସେ ନିଜେ ନିଜକୁ ଅଲଗା କରିଛନ୍ତି, ସେଥିରେ କିଛି କହିବାର ନାହିଁ।

ସେପଟେ ବୈଜୟନ୍ତ ଓ ସମୀର ଦେ ଭେଟକୁ ନେଇ ଆଜି ଗଣାମଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସମୀର। ସେ କହିଛନ୍ତି ବୈଜୟନ୍ତ ଏକ ସାମାଜିକ ଉତ୍ସବରେ ଯୋଗ ଦେବା ଲାଗି ତାଙ୍କ ଘରକୁ ଆସିଥିଲେ। ସମୀର ଆହୁରି କହିଛନ୍ତି ଯେ, ‘‘ବୈଜୟନ୍ତଙ୍କ ସହ ମୋରବ୍ୟକ୍ତିଗତ ସଂପର୍କ, ମୁଁବି ତାଙ୍କ ଘରକୁ ଯାଏ। ଗତକାଲି ଏକ ସାମାଜିକ କାର୍ଯ୍ୟକ୍ରମ ଥିଲା, ସେଥିପାଇଁ ବୈଜୟନ୍ତ ଆସିଥିଲେ। ବୈଜୟନ୍ତ ଜଣେ ଲୋକପ୍ରିୟ ବ୍ୟକ୍ତି। ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ସେ ମାହୋଲ ସୃଷ୍ଟି କରିଛନ୍ତି।’’ ବୈଜୟନ୍ତଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥିବାରୁ ଏହାକୁ ନେଇ ରାଜନିତୀ କରିବାର କିଛି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସମୀର।

ଅନ୍ୟପଟେ ବୈଜନ୍ତ ବିଜେପିରେ ମିସିବା ନେଇ ସମୀର କହିଛନ୍ତି ଯେ,‘‘ ଏଯାଏ ତ’ ସେ ବିଜେପିରେ ଯୋଗ ଦେଇ ନାହାନ୍ତି। ଯୋଗଦେଲା ପରେ ତାଙ୍କ ପ୍ରାର୍ଥିତ୍ୱ କଥା ଦଳ ନିଷ୍ପତ୍ତି ନେବ। ସେ ଦଳକୁ ଆସିଲେ ହୃଦୟର ସହ ତାଙ୍କୁ ସ୍ୱାଗତ କରିବୁ’’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos