ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁର ବ୍ଲକ୍ ମହାଜନପୁରରେ ସାଂସଦ ପାଣ୍ଠିରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ବ୍ଲକ୍ ଉପାଧ୍ୟକ୍ଷଙ୍କ ଦ୍ୱାରା ଉଦ୍‌ଘାଟନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଏହା ତାଙ୍କ ବିରୋଧରେ ବିଜେଡିର ନୂଆ ଚାଲ୍ ବୋଲି ସେ ଟ୍ୱିଟ୍ କରି କହିଛନ୍ତି।</p> <p>ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ମୋତେ ସାଂସଦ ପାଣ୍ଠିରୁ ୫୭ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାରୁ ଅଟକାଇବା ଯୋଜନା ଲୋକଙ୍କ ଦ୍ୱାରା ଗ୍ରହଣୀୟ ନହେବା ଅନୁଭବ କରିବା ପରେ ବିଜେଡିର ଏହା ନୂଆ ଚାଲ୍। ସ୍ଥାନୀୟ ଅଫିସ୍ କର୍ମଚାରୀ ବଳପୂର୍ବକ ଏହାକୁ ନିଜେ ନିଜେ ଉଦ୍‌ଘାଟନ କରୁଛନ୍ତି। ସରକାରୀ ସମ୍ପତ୍ତିରେ ବ୍ୟକ୍ତିଗତ ଛାପ ଛାଡ଼ିବା ବେଆଇନ।”</p> <p>ଆଜି ମହାଜନପୁରରେ ପାନୀୟ ଜଳ ପ୍ରକଳ୍ପକୁ ସାଂସଦ ବୈଜୟନ୍ତ ପଣ୍ଡା ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ହେଲେ ଗତକାଲି ବ୍ଲକ ଉପାଧ୍ୟକ୍ଷ ରମେଶ ଜେନା ଏହାକୁ ଉଦ୍‌ଘାଟନ କରିଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।