୧୨ କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ପ୍ରସଙ୍ଗ: ବୈଠକ ଅଧାରୁ ପିସିସି ସଭାପତି ଓ ୧୨ ବିଧାୟକ ଗଲେ ନରସିଂହ ମିଶ୍ରଙ୍କ ଘରକୁ

ଭୁବନେଶ୍ୱର: ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ୱନ୍ଦ୍ୱର ସମାଧାନ ପାଇଁ ଆଜି କଂଗ୍ରେସ ବିଧାୟକଙ୍କ ବୈଠକ ବସିଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏହି ବୈଠକ ବସିଥିଲା। ଏଥିରେ ଦିଲ୍ଲୀ ଯାଇଥିବା ସମସ୍ତ ୧୨ ବିଧାୟକ ଉପସ୍ଥିତ ଥିଲା। ତେବେ ବୈଠକ ଅଧାରୁ ପିସିସି ସଭାପତିପ୍ରସାଦ ହରିଚନ୍ଦନ ଓ ୧୨ ବିଧାୟକ ଉଠି ଚାଲି ଯାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନକୁ। ଖବର ଲେଖାଯିବା […]

prasad

prasad

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 11:21 AM IST

Sports

Latest News

ଭୁବନେଶ୍ୱର: ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ୱନ୍ଦ୍ୱର ସମାଧାନ ପାଇଁ ଆଜି କଂଗ୍ରେସ ବିଧାୟକଙ୍କ ବୈଠକ ବସିଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏହି ବୈଠକ ବସିଥିଲା। ଏଥିରେ ଦିଲ୍ଲୀ ଯାଇଥିବା ସମସ୍ତ ୧୨ ବିଧାୟକ ଉପସ୍ଥିତ ଥିଲା। ତେବେ ବୈଠକ ଅଧାରୁ ପିସିସି ସଭାପତିପ୍ରସାଦ ହରିଚନ୍ଦନ ଓ ୧୨ ବିଧାୟକ ଉଠି ଚାଲି ଯାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନକୁ। ଖବର ଲେଖାଯିବା ସୁଦ୍ଧା ଏହାର କାରଣ ଜଣାପଡ଼ି ନାହିଁ। ଖବର ମିଳିବା ସୁଦ୍ଧା ସେମାନେ ବିରୋଧୀ ଦଳ ନେତାଙ୍କ ଘରୁ ଫେରି ସାରିଛନ୍ତି। ତେବେସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ସମସ୍ତ ଆଲୋଚନାର ସୂଚନା ଦେବେ ବୋଲି କୁହାଯାଇଛି।

ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ୧୨ ବିଧାୟକଙ୍କ ସହ ଆଲୋଚନା କରିବାକୁ ପିସିସି ସଭାପତି ଡାକିଥିଲେ। ଏମାନେ ଦିଲ୍ଲୀରେ ହାଇକମାଣ୍ଡଙ୍କ ପାଖରେ କ'ଣ ଫେରାଦ ହେଲେ ଓ ତାକୁ ନେଇ କାହିଁକି ଦ୍ୱନ୍ଦ୍ୱ ସୃଷ୍ଟି ହେଲା, ତା’ର କାରଣ ଖୋଜିବାକୁ ଏହି ବୈଠକ ଡାକିଥିଲେ ସେ।

ଏହି ବୈଠକକୁ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିଲା। ଗତକାଲିଠାରୁ ସେ ନିଜେ ଏହା ସ୍ପଷ୍ଟ କରିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ସନ୍ଧ୍ୟାରେ ତାଙ୍କ ବାସଭବନରେ ଡାକିଥିବା ବୈଠକକୁ ପୂର୍ବରୁ ବାତିଲ କରି ଦିଆଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ପରଲୋକରେ ଦେଶ ୭ ଦିନିଆ ଶୋକ ପାଳନ କରୁଥିବା ଯୋଗୁ ବିଧାୟକ ଦଳ ବୈଠକକୁ ବାତିଲ କରି ଦିଆଯାଇଛି ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀ ଗସ୍ତ ସମୟରେ ଏହି ବିଧାୟକମାନେ ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଓ ତାରା ପ୍ରସାଦ ବାହିନୀପତିଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ହଟାଇ ତାଙ୍କ ସ୍ଥାନରେ ବିଧାୟକ ନବ ଦାସଙ୍କୁ ବସାଇବାକୁ କହିଥିଲେ ବୋଲି ଶୁଣିବାକୁ ମିଳୁଛି। ଅନ୍ୟ ପକ୍ଷରେ ନବ ଦାସ ଓ ଦିଲ୍ଲ ଯାଇଥିବା ଅନ୍ୟ ବିଧାୟକମାନେ ଏହାକୁ ଅସ୍ୱୀକାର କରି ଆସୁଛନ୍ତି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାରୁ ସୌଜନ୍ୟମୂଳକ ଆଲୋଚନା କରିବାକୁ ସେମାନେ ଦଳୀୟ ଅଧ୍ୟକ୍ଷା ଓ ଉପ-ସଭାପତିଙ୍କୁ ଭେଟିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos