ବଲାଙ୍ଗିର: ଯୁବକଙ୍କ ହାତ କଟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ବଲାଙ୍ଗିର ରାଘବପାଲି ନୃଶଂସକାଣ୍ଡରେ ପୋଲିସ ବର୍ତ୍ତମାନ ସୁଦ୍ଧା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା  ଅଭିଯୁକ୍ତମାନେ ହେଲେ ଗୋପୀନାଥ ଭୋଇ, ଅଜିତ ବିଶ୍ୱାଳ ଏବଂ ଲିଙ୍ଗରାଜ ଘିବେଲା। ଅଭିଯୁକ୍ତ ମାନେ ରାଘବପାଲି ଗାଁର ବୋଲି ପୋଲିସ ସୂଚନା ଦେଇଛି। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଖାନତଲାସ ଜାରି ରଖିଛି। ସେପଟେ ଏହି ଘଟଣା ପରେ ରାଘବପାଲି ଗାଁରେ ଚାପା ଉତ୍ତେଜନା ଲାଗିରହିଛି। ଗତକାଲି ପୂର୍ବାହ୍ନରେ ଏହି ଘଟଣା ଘଟିଥିଲା। କ୍ଷୀରୋଦ ମିଶ୍ର […]

balagiri

balagiri

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 06:16 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ରାଘବପାଲି ନୃଶଂସକାଣ୍ଡରେ ପୋଲିସ ବର୍ତ୍ତମାନ ସୁଦ୍ଧା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା  ଅଭିଯୁକ୍ତମାନେ ହେଲେ ଗୋପୀନାଥ ଭୋଇ, ଅଜିତ ବିଶ୍ୱାଳ ଏବଂ ଲିଙ୍ଗରାଜ ଘିବେଲା। ଅଭିଯୁକ୍ତ ମାନେ ରାଘବପାଲି ଗାଁର ବୋଲି ପୋଲିସ ସୂଚନା ଦେଇଛି। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଖାନତଲାସ ଜାରି ରଖିଛି। ସେପଟେ ଏହି ଘଟଣା ପରେ ରାଘବପାଲି ଗାଁରେ ଚାପା ଉତ୍ତେଜନା ଲାଗିରହିଛି। ଗତକାଲି ପୂର୍ବାହ୍ନରେ ଏହି ଘଟଣା ଘଟିଥିଲା। କ୍ଷୀରୋଦ ମିଶ୍ର ପୋଖରୀକୁ ଗାଧୋଇ ଯାଉଥିବାବେଳେ ହଠାତ୍ କିଛି ଦୁବୃର୍ତ୍ତ ତାଙ୍କୁ କାବୁ କରି ନେଇଥିଲେ । କିଛି ବୁଝିବା ପୂର୍ବରୁ, ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଦୁବୃର୍ତ୍ତମାନେ ତାଙ୍କର ହାତ ଦୁଇଟିକୁ କାଟି ଦେଇଥିଲେ। ଜୁନ୍ ୪ରେ ଏକ ବରଯାତ୍ରୀ ଶୋଭାଯାତ୍ରାକୁ ନେଇ ଗାଁ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ଘଟଣାକୁ ନେଇ ଏଭଳି ଲୋମହର୍ଷଣକାରୀ କାଣ୍ଡ ଘଟିଥିବା ପୋଲିସ ଆଶଙ୍କା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos