ବଲାଙ୍ଗୀର: ଜଣ୍ଡିସରେ ଜଣେ ମୃତ, ଆଉ ଜଣେ ଗୁରୁତର

ବଲାଙ୍ଗୀର: ଜଣ୍ଡିସରେ ବଲାଙ୍ଗୀର ଜିଲ୍ଲାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକଙ୍କ ନାଁ ରାଜେନ୍ଦ୍ର ସାହୁ। ତାଙ୍କ ଘର ଚିମିନିଭାଟିପଡ଼ାରେ। ବୁର୍ଲା ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେହିଭଳି ବୁର୍ଲା ମେଡିକାଲରେ ଚିକିତ୍ସିତ ଥିବା ବଲାଙ୍ଗୀର ଆଉ ଜଣେ ଜଣ୍ଡିସ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ବଲାଙ୍ଗୀର ସହରରେ ଜଣ୍ଡିସ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ। ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ […]

VSS

VSS

Rakesh Mallick
  • Published: Tuesday, 05 May 2015
  • Updated: 05 May 2015, 11:49 AM IST

ବଲାଙ୍ଗୀର: ଜଣ୍ଡିସରେ ବଲାଙ୍ଗୀର ଜିଲ୍ଲାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକଙ୍କ ନାଁ ରାଜେନ୍ଦ୍ର ସାହୁ। ତାଙ୍କ ଘର ଚିମିନିଭାଟିପଡ଼ାରେ। ବୁର୍ଲା ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେହିଭଳି ବୁର୍ଲା ମେଡିକାଲରେ ଚିକିତ୍ସିତ ଥିବା ବଲାଙ୍ଗୀର ଆଉ ଜଣେ ଜଣ୍ଡିସ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି।

ଅନ୍ୟପକ୍ଷରେ ବଲାଙ୍ଗୀର ସହରରେ ଜଣ୍ଡିସ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ। ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରମାନେ ଉପସ୍ଥିତ ଥିଲେ। ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ ବଲାଙ୍ଗୀରରେ ମୋଟ ୫୦ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଜଣ୍ଡିସରେ ଆକ୍ରାନ୍ତ ହୋଇ ୬ଜଣ ଡାକ୍ତରଖାନା ନିଆଯାଇଥିଲା ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଫେରିଛନ୍ତି। ଦୂଷିତ ଜଳ ପିଇବା ଯୋଗୁଁ ଜଣ୍ଡିସ ବ୍ୟାପିଛି ଓ ବ୍ୟବସ୍ଥାରେ ସୁାଧାର ଆଣିବା ପାଇଁ ପୁରୁଣା ପାଣି ପାଇପକୁ ପର୍ଯ୍ୟାୟକ୍ରମେ ବଦଳାଯିବ ବୋଲି ଦୁଇ ମନ୍ତ୍ରୀ କହିଛନ୍ତି।

ସେହିଭଳି ଜଣ୍ଡିସ ମୁକାବିଲା ପାଇଁ ଗତକାଲି ବଲାଙ୍ଗୀର ଜିଲ୍ଲାପାଳ ଏମ ମୁଥୁକୁମାରଙ୍କ ତତ୍ୱାବଧାନରେ ଏକ ଟାକ୍ସଫୋର୍ସ ଗଠନ କରାଯାଇଛି। ଜନସ୍ୱାସ୍ଥ୍ୟ, ପୌରସଂସ୍ଥା, ସ୍ୱାସ୍ଥ୍ୟ, ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ନେଇ ଏହି ଟାକ୍ସଫୋର୍ସ ଗଠିତ ହୋଇଛି। ଏହି ଟିମ୍ ଜିଲ୍ଲାରେ ବିଭିନ୍ନ ଅଞ୍ଚଳକୁ ଗସ୍ତକରି ସମୀକ୍ଷା କରିଛନ୍ତି।
ସରକାରୀ ଭାବେ ଜିଲ୍ଲାରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ୫୦ ବୋଲି କୁହାଯାଉଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos