ଆଜି ପୁଣି ରକ୍ତ ରଞ୍ଜିତ ହୋଇପାରେ ଶୁଳିଆ ପୀଠ

sulia

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜି ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଳିଆ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଆଦିବାସୀ ଗାଁ ଖଇରଗୁରା ଓ କୁମୁରିଆ । ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିସାରିଛି। ମୁଖ୍ୟ ପୀଠ ବଡ଼ଖଳା ଓ ସାନ ଖଳା ବି ପ୍ରସ୍ତୁତ। ତେବେ ପୂର୍ବ ବର୍ଷ ଭଳି ଏଥର ବି, ବଳି ଦେବାକୁ ଆଦିବାସୀ ଜିଦ ଧରିଛନ୍ତି।  ପରମ୍ପରା ଅନୁସାରେ ମଧ୍ୟ ରାତ୍ରିରେ ନିଶି ପୂଜା କରି ସକାଳୁ ସକାଳୁ ଏକ ଶୋଭାଯାତ୍ରା ବାହାରିବ। ପରେ ପୂଜାସ୍ଥଳୀରେ ପୂଜାର୍ଚ୍ଚନା ପରେ ପ୍ରଥମେ ପାଟ ବୋଦାକୁ ବଳି ଦେବା ପରେ ମାନସିକଧାରୀମାନେ ଆଣିଥିବା ବୋଦା ଓ ମେଣ୍ଢା ଆଦି ପଶୁପକ୍ଷୀଙ୍କୁ ବଳି ଦେବାର ପରମ୍ପରା ରହିଛି।

ଯାତ୍ରା କମିଟି ସହ ଏବ ବୈଠକ କରି ନିଜ ଦାୟିତ୍ୱ ସାରି ଦେଇଛି ପ୍ରଶାସନ୍।  ପ୍ରଥମ ଥର ପାଇଁ ସୁଳିଆ ଯାତ୍ରାରେ ବଳି ଦେଉଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବ ଯାତ୍ରା କମିଟି।  ବଳି ପ୍ରଥା ବନ୍ଦ ପାଇଁ ଅପିଲ କରିଛନ୍ତି ପୋଲିସ ଅଧିକାରୀ।

 

 

Previous ArticleNext Article

Send this to a friend