ନୀଳଗିରି ଯୁବରାଜଙ୍କ ତିଲକ ଉତ୍ସବ

king

ନୀଳଗିରି: ନୀଳଗିରି ଯୁବରାଜ ଜନ୍ମେଜୟ ହରିଚନ୍ଦନଙ୍କ ବିବାହ ହେବ। ବାହାଘର ପୂର୍ବରୁ ଗତକାଲି ରାତିରେ ରାଜନଅରରେ ଯୁବରାଜଙ୍କ ତିଲକ ଉତ୍ସବ ହୋଇଥିଲା। ଆଜି ମନ୍ଦିରରେ ଗୁଆ ମଙ୍ଗଳନ କରାଯାଇଥିଲା।

ପାରମ୍ପରିକ ଢ଼ଙ୍ଗରେ ଆୟୋଜିତ ଏହି ଉତ୍ସବରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ, କନିକା ରାଜା ପ୍ରତାପ କେଶରୀ ଦେବଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାର ଅନେକ ରାଜା ଓ ସେମାନଙ୍କ ପରିବାର ଯୋଗଦେଇ ଥିଲେ। ଜନ୍ମେଜୟଙ୍କ ଢ଼ାଲ ଓ ଖଡ୍ଗ ଧାରଣ ରାଜକୀୟ ଠାଣି ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ଦେଇଥିଲା।

ଆସନ୍ତା ଜାନୁଆରୀ ୨୨ ତାରିଖରେ ଜନ୍ମେଜୟଙ୍କ ସହିତ ମଧ୍ୟପ୍ରଦେଶ କୋଠୀର ରାଜା ଘନଶ୍ୟାମ ସୁରଙ୍କ ରାଜକନ୍ୟାଙ୍କ ବିବାହ ଅନୁଷ୍ଠିତ ହେବ।

Previous ArticleNext Article

Send this to a friend