ବାଲେଶ୍ୱର: ବାଲେଶ୍ୱର ସହରରେ ପ୍ରୁଫରୋଡ଼ ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପ୍ରୁଫରୋଡ଼ ସୁରକ୍ଷା ମଞ୍ଚ ତରଫରୁ ଆଜି ପାତ୍ରପଡ଼ା ନିକଟରେ ରାସ୍ତାରୋକ କରାଯାଇଥିଲା। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଧିକାରୀ,ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସିବିଆଇ ତଦନ୍ତ ପାଇଁ ଦାବି କରିଛି ମଞ୍ଚ। ରାସ୍ତାରୋକ ହେବାଫଳରେ ସମସ୍ତ ଯାନବାହନ ରାସ୍ତାରେ ଅଟକି ରହିଥିଲା।
ଅନ୍ୟପକ୍ଷରେ ପ୍ରତିରକ୍ଷା ବିଭାଗର ୩କୋଟି ୩୯ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ କରାଯାଇଥିବା ଏହି ରାସ୍ତା ମାତ୍ର ୪ମାସ ମଧ୍ୟରେ ନଷ୍ଟ ହୋଇଯାଇଥିଲା। ପ୍ରତିରକ୍ଷା ବିଭାଗର ଅଧିକାରୀ ଜିଲା ପ୍ରଶାସନର ଅଧିକାରୀମାନେ ନିମ୍ନମାନର କାମ ହୋଇଥିବା ସ୍ୱିକାର କରିଛନ୍ତି। ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶୃତି ଦିଆଯିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।