ବାଲିଆପାଳ : ସୁବର୍ଣ୍ଣରେଖାରେ ଭାସି ଗଲେ ୨ ଜଣ

ବାଲେଶ୍ୱର: ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବାଲିଆପାଳ ନିକଟରେ ସୁବର୍ଣ୍ଣରେଖାରେ ୨ଜଣ ଭାସି ଯାଇଥିବା ସୂଚନା ମିଳିଛି। ସେମାନେ ହେଲେ ଦାରା ସିଂ ସାହୁ ଓ କାବୁଲା ସାହୁ। ଚରବସ୍ତ ନିକଟରେ ଉଭମ୍ଭେ ଭାସି ଯାଇଛନ୍ତି। ସେପଟେ ସୁବର୍ଣ୍ଣରେଖାର ଦହମୁଣ୍ଡାରେ ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ମନୁନଗର ଗାଁ ସହ ଭୋଗରାଇ ଅଞ୍ଚଳର ତଳିଆ ଅଞ୍ଚଳରେ ପାଣି ପଶିଛି। ଗତକାଲି ସନ୍ଧ୍ୟାରୁ ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ବୃଦ୍ଧି ପାଇ ଚାଲିଛି। ଫଳରେ ବସ୍ତା, […]

pani

pani

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 07:49 AM IST

Sports

Latest News

ବାଲେଶ୍ୱର: ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବାଲିଆପାଳ ନିକଟରେ ସୁବର୍ଣ୍ଣରେଖାରେ ୨ଜଣ ଭାସି ଯାଇଥିବା ସୂଚନା ମିଳିଛି। ସେମାନେ ହେଲେ ଦାରା ସିଂ ସାହୁ ଓ କାବୁଲା ସାହୁ। ଚରବସ୍ତ ନିକଟରେ ଉଭମ୍ଭେ ଭାସି ଯାଇଛନ୍ତି। ସେପଟେ ସୁବର୍ଣ୍ଣରେଖାର ଦହମୁଣ୍ଡାରେ ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ମନୁନଗର ଗାଁ ସହ ଭୋଗରାଇ ଅଞ୍ଚଳର ତଳିଆ ଅଞ୍ଚଳରେ ପାଣି ପଶିଛି। ଗତକାଲି ସନ୍ଧ୍ୟାରୁ ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ବୃଦ୍ଧି ପାଇ ଚାଲିଛି। ଫଳରେ ବସ୍ତା, ଜଳେଶ୍ୱର ଓ ବାଲିଆପାଳ ବ୍ଲକର ଥୋଙ୍ଗଡିହା, ରାମଚନ୍ଦ୍ରପୁର, ଚାଲନ୍ତି, ଧିତପୁରା ଆଦି ଗାଁରେ ବନ୍ୟାଜଳ ପଶିଛି। ଲୋକମାନେ ଘରଛାଡ଼ି ନିରାପଦ ସ୍ଥାନକୁ ଚାଲି ଆସିଛନ୍ତି। ସେହିପରି ଜଳକା ନଦୀ ମଥାନୀଠାରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos