ବାଣୀବିହାରରେ ପରିସ୍ଥିତି ନିୟନ୍ତ୍ରଣାଧୀନ,୭ ଗିରଫ

ଭୁବନେଶ୍ୱର: ଶୁକ୍ରବାର ରାତିର ଗଣ୍ଡଗୋଳ ଏବଂ ଶନିବାର ଆକ୍ରମଣ ଓ ରାସ୍ତାରୋକ ପରେ ବାଣୀବିହାର ପରିସ୍ଥିତି ରବିବାର ନିୟନ୍ତ୍ରଣକୁ ଆସିଛି। ତଥାପି ଚାପା ଉତ୍ତେଜନା ଥିବାରୁ କ୍ୟାମ୍ପସରେ ଫୋର୍ସ ମୁତୟନ ଅଛନ୍ତି। ମୁଖ୍ୟ ଫାଟକରେ ପ୍ରତି ଗାଡ଼ିକୁ ଯାଞ୍ଚ କରାଯାଉଛି। କ୍ୟାମ୍ପସକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ପରିଚୟ ମଗାଯାଉଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ଆଜି ଛୁଟି ଥିଲେ ବି କ୍ୟାମ୍ପସରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ମୋବାଇଲ୍ ପାଟ୍ରୋଲିଂ ବି କଡାକଡି ହୋଇଛି। ପ୍ରତି ହେଷ୍ଟଲରେ ବି […]

banibihar

banibihar

Rakesh Mallick
  • Published: Sunday, 26 July 2015
  • Updated: 26 July 2015, 02:16 PM IST

ଭୁବନେଶ୍ୱର: ଶୁକ୍ରବାର ରାତିର ଗଣ୍ଡଗୋଳ ଏବଂ ଶନିବାର ଆକ୍ରମଣ ଓ ରାସ୍ତାରୋକ ପରେ ବାଣୀବିହାର ପରିସ୍ଥିତି ରବିବାର ନିୟନ୍ତ୍ରଣକୁ ଆସିଛି। ତଥାପି ଚାପା ଉତ୍ତେଜନା ଥିବାରୁ କ୍ୟାମ୍ପସରେ ଫୋର୍ସ ମୁତୟନ ଅଛନ୍ତି। ମୁଖ୍ୟ ଫାଟକରେ ପ୍ରତି ଗାଡ଼ିକୁ ଯାଞ୍ଚ କରାଯାଉଛି। କ୍ୟାମ୍ପସକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ପରିଚୟ ମଗାଯାଉଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ଆଜି ଛୁଟି ଥିଲେ ବି କ୍ୟାମ୍ପସରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ମୋବାଇଲ୍ ପାଟ୍ରୋଲିଂ ବି କଡାକଡି ହୋଇଛି। ପ୍ରତି ହେଷ୍ଟଲରେ ବି କଡ଼ା ପହରା। ଏପଟେ ଆକ୍ରମଣର ଶିକାର ହୋଇଥିବା ଦୁଇ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଶନିବାର ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ୍ ୩ ଛାତ୍ରଙ୍କ ସମେତ ମୋଟ୍ ୭ ଜଣଙ୍କୁ ଗିରଫ କରିଛି। ସେପଟେ କ୍ୟାମ୍ପସର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୋଲିସ୍ କମିଶନରଙ୍କ ସହ ବୈଠକ କରିଛନ୍ତି। ଆଗକୁ ନୂଆ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେବାକୁ ଥିବାବେଳେ ଛାତ୍ର ସଂସଦ ନିର୍ବାଚନ ମଧ୍ୟ ରହିଛି। ତେଣୁ କ୍ୟାମ୍ପସର ଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos