ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢ଼ା ଯାଇଛି: କେ.ବି. ସିଂହ

k-b-shing

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରୀରୁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ବନ୍ଦ ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏ ନେଇ ପୋଲିସ ଡିଜି କେ.ବି. ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ପୁରୁଣା ନୋଟ୍‌ ପ୍ରଚଳନ ବନ୍ଦ ପରେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ନିକଟରେ ଭିଡ଼ ଦେଖିବାକୁ ମିଳୁଛି। ଭିଡ଼ ନିୟନ୍ତ୍ରଣ ପାଇଁ ଦୁଇଜଣ ଲେଖାଏଁ ଗାର୍ଡଙ୍କ ନିୟୋଜିତ କରାଯାଇଛି। ବଡ଼ ଧରଣ ନେଣଦେଣ ନେଇ ସୂଚନା ଦେଲେ ଆମେ ସୁରକ୍ଷା ଯୋଗାଇ ଦେବୁ।”

ସେ ଆହୁରି କହିଛନ୍ତି,“ପୁରୁଣା ୫୦୦ ଓ ୧୦୦୦ ଟଙ୍କା ନୋଟ୍‌ ଅଚଳ ପରେ ଗୃହ ସଚିବଙ୍କ ସହ ଏ ନେଇ ଆଲୋଚନା କରିଛି। ଆରବିଆଇ ଜିଏମ୍‌ ଏବଂ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ  ଆଲୋଚନା କରିଛି।”

Previous ArticleNext Article

Send this to a friend