ଶିଶୁପୁତ୍ରକୁ ମାଙ୍କଡ଼ ଉଠାଇ ନେବାର ଦୁଃଖଦ ଅନ୍ତ
କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଗାଁରେ ଶିଶୁପୁତ୍ରକୁ ମାଙ୍କଡ଼ ଉଠାଇନେବା ଘଟଣାର ଦୁଃଖଦ ଅନ୍ତ ଘଟିଛି। ୨୪ ଘଣ୍ଟା ପରେ ଉଦ୍ଧାର ହୋଇଛି ନିଖୋଜ ଶିଶୁପୁତ୍ର। ହେଲେ ଜୀବିତ ଅବସ୍ଥାରେ ନୁହେଁ। ଗତକାଲିଠାରୁ ପୂରା ଅଞ୍ଚଳରେ ଶହ ଶହ ଲୋକ ଶିଶୁପୁତ୍ରଟିକୁ ଖୋଜିବାରେ ଲାଗିଥିଲେ। ହେଲେ ପଡୋଶୀଙ୍କ ବାଡିରେ ଥିବା ଏକ କୂଅରୁ ଆଜି ଶିଶୁର ମୃତଦେହ ଉଦ୍ଧାର କରିଛନ୍ତି ପରିବାର ଲୋକେ। ଏହି ଘଟଣା ପରେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି। ସତେଯେମିତି ନିଃଶବ୍ଦ ହୋଇଯାଇଛି ଗାଁ। ଅନ୍ୟପକ୍ଷରେ ମୃତ ଶିଶୁପୁତ୍ରର ପରିବାରକୁ କ୍ଷତିପୂରଣ ଓ ମାଙ୍କଡ଼ ଘଉଡ଼ାଇବା ଦାବିରେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।
ସମୟ ସକାଳ ୭ଟା ୪୦। ଖବର ଆସିଲା, ବାଙ୍କୀ ତାଳବସ୍ତ ଗାଁରୁ ମାଙ୍କଡ଼ ଉଠାଇ ନେଇଥିବା ୧୫ ଦିନର ଶିଶୁପୁତ୍ରର ମୃତଦେହ ମିଳିଛି। ଏ ଖବର ପ୍ରଚାର ହେବା ମାତ୍ରେ ରାମକୃଷ୍ଣ ନାୟକଙ୍କ ଘର ଆଗରେ ଜମିଥିଲା ଗହଳି। ପାଖ ପଡ଼ୋଶୀ, ବନ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ତଦନ୍ତ। ସକାଳେ ମୃତ ଶିଶୁର ପିଉସୀ କୂଅ ଭିତରେ ଶିଶୁପୁତ୍ରଟି ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ମୃତ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ଏପଟେ କଅଁଳା ଶିଶୁକୁ ହରାଇ ଭାଙ୍ଗିପଡ଼ିଛନ୍ତି ମାଆ। ଖାଲି ଶିଶୁର ପରିବାର ଲୋକେ ନୁହଁନ୍ତି, ସମଗ୍ର ତାଳବସ୍ତ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ପୋଲିସ କହିଛି, ମାଙ୍କଡ଼ଟି ଶିଶୁଟିକୁ ଉଠାଇ ନେଇ କୂଅରେ ପକାଇଥିବା ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ବାଙ୍କୀ ହସ୍ପିଟାଲ ଶିଶୁର ଶବ ବ୍ୟବଚ୍ଛେଦ କରାଯିବା ପରେ ଗାଁରେ ଶବ ସତ୍କାର କରାଯାଇଛି।
Ordigital Desk
• Published: Sunday, 01 April 2018
• Updated: 01 April 2018, 07:48 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos