ପଞ୍ଚଭୂତରେ ବିଲୀନ ହେଲା ବଂଶୀଧରଙ୍କ ପାର୍ଥିବ ଶରୀର
କଟକ (ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲୀନ ହୋଇଛି ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପାର୍ଥିବ ଶରୀର। ଓଡ଼ିଶା ଶିଳ୍ପଜଗତର ଭୀଷ୍ମ ପିତାମହ ଡକ୍ଟର ପଣ୍ଡାଙ୍କ ଶେଷକୃତ୍ୟ ଅତ୍ୟନ୍ତ ଶୋକାକୁଳ ପରିବେଶରେ ନିଜ ଜନ୍ମମାଟି ବାରଙ୍ଗ ମଧୁବନରେ ଶେଷ ହୋଇଛି। ତାଙ୍କ ଜୁଇରେ ମୁଖାଗ୍ନି ଦେଇଥିଲେ ଜ୍ୟେଷ୍ଠପୁତ୍ର ତଥା ସାଂସଦ ବୈଜୟନ୍ତ ପଣ୍ଡା। ଆଜି ସକାଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଥିଲେ ବଂଶୀଧର। ଇମ୍ଫା ଭଳି ବିଶ୍ୱସ୍ତରୀୟ ଶିଳ୍ପାନୁଷ୍ଠାନର ପ୍ରତିଷ୍ଠାତା ବଂଶୀଧରଙ୍କ ବିୟୋଗରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ତ୍ୟେଷ୍ଟି ସମୟରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବଂଶୀଧରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ମଣିଷ ଯେମିତି ମରଣ ବି ସେମିତି। ଜୀବନ ବ୍ୟାପୀ ମାଟିକୁ, ମାଟିର ମଣିଷଙ୍କୁ ଭଲ ପାଉଥିବା ବଂଶୀଧର ଶେଷ ସମୟରେ ବି ନିଜ ଗାଁମାଟି ବାରଙ୍ଗ ମଧୁବନ ଯାଇଥିଲେ। ସେଠାରେ ଇଷ୍ଟଦେବଙ୍କୁ ମୁଣ୍ଡିଆ ମାରି ପାଦୁକ ନେଇଥିଲେ। ଏହାପରେ ଫେରିଥିଲେ ଭୁବନେଶ୍ୱର ସ୍ଥିତ ବାସଭବନକୁ। ଫେରିବାର କେଇ ମୁହୂର୍ତ୍ତରେ ଚାଲି ଯାଥିଲେ ପରଲୋକକୁ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ଲୋକଙ୍କ ସୁଅ ଛୁଟିଥିଲା ତାଙ୍କ ଭୁବନେଶ୍ୱର ବିମାଖାଲ ସ୍ଥିତ ବାସଭବନକୁ। ଜୀବନବ୍ୟାପୀ ପରିବର୍ତ୍ତନର ବିଜ ବୁଣି ଚାଲିଥିବା ପ୍ରିୟ ମଣିଷଙ୍କ ଶେଷ ଦର୍ଶନ ପାଇଁ ଜଣାଇବାକୁ ପହଞ୍ଚିଥିଲେ ବହୁ ରାଜନେତା, ଶିଳ୍ପପତି, ବୁଦ୍ଧିଜୀବୀ, ସାଧାରଣ ଜନତା। ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶୋକବ୍ୟକ୍ତ କରିଛନ୍ତି।
ଭୁବନେଶ୍ୱରରେ ଶୋକାକୁଳ ଜନତାଙ୍କ ଶେଷ ଦର୍ଶନ ପରେ ବିରାଟ ଶୋଭାଯାତ୍ରାରେ ବଂଶୀଧରଙ୍କ ମରଦେହକୁ ନିଆଯାଇଥିଲା ତାଙ୍କ ଜନ୍ମମାଟି ମଧୁବନକୁ। ସଞ୍ଜ ନଇଁବା ପରେ ଗାଁ ମଶାଣିକୁ ବାହୁଡ଼ିଲେ।
୧୯୩୧ ମସିହାରେ ଜନ୍ମିତ ସ୍ୱର୍ଗତ ପଣ୍ଡା ଏକାଧାରାରେ ଥିଲେ ଜଣେ ଶିଳ୍ପପତି, ବୈଜ୍ଞାନିକ ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ାର ବିକାଶ ପାଇଁ ବି ଥିଲା ତାଙ୍କ ଅସମ୍ଭବ ଝୁଙ୍କ। ବନାରସ ହିନ୍ଦୁ ୟୁନିଭର୍ସିଟି, ମିଚିଗାନ ୟୁନିଭର୍ସିଟି ଓ ହାଭାର୍ଡ ଭଳି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ି ବି ଶିଳ୍ପ ବିକାଶର ଭଗୀରଥ ସାଜି ଓଡ଼ିଶା ଫେରିଲେ ୧୯୬୧ରେ। ଆଦିବାସୀ ବହୁଳ ରାୟଗଡ଼ା ଥେରୁବାଲିରେ ପ୍ରତିଷ୍ଠା କରିଥିଲେ ଇମ୍ଫା ଭଳି ବୃହତ ଶିଳ୍ପାନୁଷ୍ଠାନ। ଦେଶର ସର୍ବ ବୃହତ୍ ଫେରୋ ଅଲଏଜ୍ କାରଖାନା-ଇମ୍ଫା ଆଜି ସାରା ବିଶ୍ୱରେ ସୁପରିଚିତ। ଉତ୍କଳ ଚାମ୍ବର ଅଫ କମର୍ସର ପୂର୍ବତନ ସଭାପତି ଥିଲେ ବଂଶୀଧର। ଏହାସହ ଜୀବନ କାଳ ମଧ୍ୟରେ ବହୁ ଅନୁଷ୍ଠାନର ଉଚ୍ଚ ପଦ ପଦବୀରେ ମଧ୍ୟ ରହିଥିଲେ। ଆଇଆଇଟି ଖଡ଼ଗପୁର ଓ ଆଇଆଇଏମ୍ କୋଲକାତାର ବୋର୍ଡ ଅଫ୍ ଗଭର୍ଣ୍ଣିଂ ବଡ଼ି ସଦସ୍ୟ ଥିଲେ। ଏହାସହ ଏୟାର ଇଣ୍ଡିଆ ଓ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ବୋର୍ଡ ମେମ୍ବର ଥିଲେ। ଏନଆଇଟି ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ମଧ୍ୟ ଥିଲେ ବଂଶୀଧର।
ସାହିତ୍ୟ କ୍ଷେତ୍ରରେ ସାରଳା ପୁରସ୍କାର ଓ କ୍ରୀଡ଼ା କ୍ଷେତ୍ରରେ ଏକଲବ୍ୟ ପୁରସ୍କାରର ବି ସେ ଥିଲେ ପ୍ରବର୍ତ୍ତକ।
Ordigital Desk
• Published: Tuesday, 22 May 2018
• Updated: 22 May 2018, 08:05 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos