ସେ ଥିଲେ ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ୮୭ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ଘଟିଛି। ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ବୋଲି ତାଙ୍କୁ କୁହାଯାଏ। ଶିଳ୍ପପତି ସହ ଜଣେ ବୈଜ୍ଞାନିକ ଭାବେ ମଧ୍ୟ ପରିଚିତ ଥିଲେ। ଇମ୍ଫା ପରି ଶିଳ୍ପାନୁଷ୍ଠାନର ପ୍ରତିଷ୍ଠା କରିଥିଲେ। ଯାହା ଆଜି ହଜାର ହଜାର ଲୋକଙ୍କୁ ରୋଜଗାର ଯୋଗାଇଛି। ସ୍ୱର୍ଗତ ପଣ୍ଡା ବିଏଚ୍‌ୟୁ, ମିଚିଗାନ ୟୁନିଭର୍ସିଟି ଓ ହାଭାର୍ଡରୁ ଶିକ୍ଷାଗ୍ରହଣ କରିଥିଲେ। ରାଉରକେଲା ଏନ୍‌ଆଇଟି ବୋର୍ଡ […]

bansidhara

bansidhara

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 07:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ୮୭ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ଘଟିଛି। ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ବୋଲି ତାଙ୍କୁ କୁହାଯାଏ।

bansidharabansidharaଶିଳ୍ପପତି ସହ ଜଣେ ବୈଜ୍ଞାନିକ ଭାବେ ମଧ୍ୟ ପରିଚିତ ଥିଲେ। ଇମ୍ଫା ପରି ଶିଳ୍ପାନୁଷ୍ଠାନର ପ୍ରତିଷ୍ଠା କରିଥିଲେ। ଯାହା ଆଜି ହଜାର ହଜାର ଲୋକଙ୍କୁ ରୋଜଗାର ଯୋଗାଇଛି।

bansidharabansidharaସ୍ୱର୍ଗତ ପଣ୍ଡା ବିଏଚ୍‌ୟୁ, ମିଚିଗାନ ୟୁନିଭର୍ସିଟି ଓ ହାଭାର୍ଡରୁ ଶିକ୍ଷାଗ୍ରହଣ କରିଥିଲେ।

bansidharabansidharaରାଉରକେଲା ଏନ୍‌ଆଇଟି ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ପୂର୍ବତନ ଅଧ୍ୟକ୍ଷ ଥିଲେ।

bansidharabansidharaଆଇଆଇଟି ଖଡ଼ଗପୁରର ପୂର୍ବତନ ପରିଚାଳନା କମିଟି ସଦସ୍ୟ ଥିଲେ ସ୍ୱର୍ଗତ ପଣ୍ଡା।

bansidharaଆଇଆଇଏମ୍‌ କୋଲକାତାର ମଧ୍ୟ ପରିଚାଳନା କମିଟି ସଦସ୍ୟ ରହିଥିଲେ।

bansidharaତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos