ବାରିପଦା: ରାସ୍ତା ଉପରେ ଜଳିଗଲା କାର

ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦା ସହର ଷ୍ଟେସନ‌ ବଜାରରେ ଛିଡା ହୋଇଥିବା ଏକ କାର୍‌ ଶନିବାର ସନ୍ଧ୍ୟରେ ଜଳିଯାଇଛି। ଏହି ଇଣ୍ଡିକା ଗାଡିରେ ହଠାତ୍‌ ନିଆଁ ଲାଗି ଯାଇଥିଲା । ଠିଆ ହୋଇଥିବା ଗାଡିଟି ହଠାତ୍‌ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ଦେଖଣାହାରୀଙ୍କ କହିବା ମୁତାବକ ଗାଡିଟିରେ ଜଣେ ବ୍ୟକ୍ତି ଥିଲେ । ନିଆଁ ଲାଗିବା ଦେଖି ସେ ଗାଡିରୁ ଡେଇଁ ପଳାଇଥିଲେ। ତେବେ ଗାଡିଟି କେଉଁଠାରୁ ଆସିଲା ଓ ତାଙ୍କର ମାଲିକ କିଏ ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡିନାହିଁ। ଖବର ପାଇ ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲା।

Previous ArticleNext Article

Send this to a friend