ଅନ୍ଧବିଶ୍ୱାସ ଆଗରେ ସମ୍ପର୍କ ତୁଚ୍ଛ: ଖୁଡିର ବେକ କାଟି ପୁତୁରାର ଆତ୍ମସମର୍ପଣ

ବାରିପଦା/ଉଦଳା: ଗୁଣିଗାରେଡି ସନ୍ଦେହରେ ଖୁଡିକୁ ପୁତୁରା ହତ୍ୟା କରିଥିବା ଅଭିଯୋଗ। ପରେ ପୋଲିସ ପାଖରେ ଆତ୍ମସମର୍ପଣ କରିଛି। ଆଦିବାସୀଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ପାଇଁ ପ୍ରଶାସନ ବାରମ୍ୱାର ଚେଷ୍ଟା କରୁଥିଲେ ମଧ୍ୟ ଗତକାଲି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଗତକାଲି ସନ୍ଧ୍ୟା ବେଳେ କପ୍ତିପଦା ଥାନା ଠାକୁରାସାହି ଗାଁ ରୁପାଇ ମୁର୍ମୁ ହାଟକୁ ଯାଇଥିଲେ। ହାଟରୁ ଫେରିବା ରାସ୍ତାରେ ତାଙ୍କ ପୁତୁରା ରୂପାଲ ତାଙ୍କୁ ନଦୀ କୂଳକୁ ଡାକିନେଇ ଅତି ନିର୍ଦ୍ଦୟ ଭାବେ ବେକ କାଟି […]

udala

udala

Rakesh Mallick
  • Published: Monday, 07 August 2017
  • Updated: 07 August 2017, 04:04 PM IST

Sports

Latest News

ବାରିପଦା/ଉଦଳା: ଗୁଣିଗାରେଡି ସନ୍ଦେହରେ ଖୁଡିକୁ ପୁତୁରା ହତ୍ୟା କରିଥିବା ଅଭିଯୋଗ। ପରେ ପୋଲିସ ପାଖରେ ଆତ୍ମସମର୍ପଣ କରିଛି। ଆଦିବାସୀଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ପାଇଁ ପ୍ରଶାସନ ବାରମ୍ୱାର ଚେଷ୍ଟା କରୁଥିଲେ ମଧ୍ୟ ଗତକାଲି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଗତକାଲି ସନ୍ଧ୍ୟା ବେଳେ କପ୍ତିପଦା ଥାନା ଠାକୁରାସାହି ଗାଁ ରୁପାଇ ମୁର୍ମୁ ହାଟକୁ ଯାଇଥିଲେ। ହାଟରୁ ଫେରିବା ରାସ୍ତାରେ ତାଙ୍କ ପୁତୁରା ରୂପାଲ ତାଙ୍କୁ ନଦୀ କୂଳକୁ ଡାକିନେଇ ଅତି ନିର୍ଦ୍ଦୟ ଭାବେ ବେକ କାଟି ହତ୍ୟା କରିଥିଲେ। ପରେ ମୃତଦେହକୁ ନିକଟସ୍ଥ ସୋନ ନଦୀ କୂଳରେ ଫିଙ୍ଗି ଦେଇ ଥାନାରେ ଆତ୍ମସମର୍ପଣ କରିଥିଲା। ପୋଲିସ ନଦୀ କୂଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଖଡିର ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos