ଅଣାଯିବ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାସୁଙ୍ଗା ପାଟ; ଜାଣନ୍ତୁ କେଉଁଠୁ ଆସିବ

ପୁରୀ(ମଧୁ ସୁଦନ ମିଶ୍ର): ଶ୍ରୀମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ନୀତିରେ ବାସୁଙ୍ଗା ପାଟର ବେଶ୍ ଗୁରୁତ୍ୱ ରହିଛି। ଏହି ବାସୁଙ୍ଗା ପାଟ କିଭଳି ଉନ୍ନତ ମାନର ଅଣାଯିବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ୍ ଆଜି କଟକ ଜିଲ୍ଲା ନୂଆପାଟଣା ଗସ୍ତ କରିବେ। ଏହି ଟିମ୍‌ରେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର, କାର୍ତ୍ତିକ ଦାସ ମହାପାତ୍ର, ଗଣେଶ ଦାସ ମହାପାତ୍ରଙ୍କ ସମେତ ପାଟରା ସେବାୟତ, ବୟନିକା ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଯିବେ।

ଏବର୍ଷ ଯେପରି ଭଲ ବାସୁଙ୍ଗା ପାଟ ଆସିବ, ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଆଜି ଯାହା ପସନ୍ଦ ହେବ, ତାକୁ ତୁରନ୍ତ ଆଣିବା ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

Previous ArticleNext Article

Send this to a friend