ହଜିଲା ପୁଅକୁ ପାଇଲେନି, ନିରାଶ ହୋଇ ଘରକୁ ଫେରିବେ ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ହଜିଲା ପୁଅକୁ ପାଇଲି ନାହିଁ। ଖାଲି ହାତରେ କାଲି ଫେରିଯିବି ଘରକୁ। କିନ୍ତୁ ମନରେ ଭରସା ଅଛି ପୁଅ ମିଳିଯିବ।” ଭୁବନେଶ୍ୱର ଏମ୍‌ସର ନିଖୋଜ ଛାତ୍ର ସୋହେଲ ଆଜାଜଙ୍କ ବାପା ଆଜାଜ ଅହମ୍ମଦ କାଶ୍ମୀର ଫେରିବା ପୂର୍ବରୁ ଆଜି ଏପରି ଢ଼ଙ୍ଗରେ ନିଜ ମନକଥା କହିଛନ୍ତି। ଏମ୍‌ସରେ ଡାକ୍ତରୀ ପାଠ ପଢ଼ୁଥିଲେ ସୋହେଲ୍‌। ହଠାତ ଦିନେ ପରିବାର ଲୋକେ ଖବର ପାଇଲେ ସୋହେଲେ କାହାକୁ କିଛି ନକହି କେଉଁଆଡ଼େ ଚାଲି ଯାଇଛି। ସଙ୍ଗେସଙ୍ଗେ ବାପା […]

bbsr aiims medical students father return to home

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 05:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ହଜିଲା ପୁଅକୁ ପାଇଲି ନାହିଁ। ଖାଲି ହାତରେ କାଲି ଫେରିଯିବି ଘରକୁ। କିନ୍ତୁ ମନରେ ଭରସା ଅଛି ପୁଅ ମିଳିଯିବ।” ଭୁବନେଶ୍ୱର ଏମ୍‌ସର ନିଖୋଜ ଛାତ୍ର ସୋହେଲ ଆଜାଜଙ୍କ ବାପା ଆଜାଜ ଅହମ୍ମଦ କାଶ୍ମୀର ଫେରିବା ପୂର୍ବରୁ ଆଜି ଏପରି ଢ଼ଙ୍ଗରେ ନିଜ ମନକଥା କହିଛନ୍ତି।

ଏମ୍‌ସରେ ଡାକ୍ତରୀ ପାଠ ପଢ଼ୁଥିଲେ ସୋହେଲ୍‌। ହଠାତ ଦିନେ ପରିବାର ଲୋକେ ଖବର ପାଇଲେ ସୋହେଲେ କାହାକୁ କିଛି ନକହି କେଉଁଆଡ଼େ ଚାଲି ଯାଇଛି। ସଙ୍ଗେସଙ୍ଗେ ବାପା ଅଜାଜ୍‌ ଅହମ୍ମଦ ଓ ଭାଇ ଭୁବନେଶ୍ୱର ଆସିଲେ। ପୁଅ ଖୋଜିବା ପାଇଁ ଓଡ଼ିଶା ଆସିଲେ। ଦୀର୍ଘ ୧୬ ଦିନ ଧରି ଭୁବନେଶ୍ୱରରେ ଏ ଅଫିସରୁ ସେ ଅଫିସ୍‌ ଦୌଡ଼ିଲେ। ହେଲେ ପୁଅ ସୋହେଲ୍‌ର ପର୍ତ୍ତା ପାଇଲେ ନାହିଁ। କିନ୍ତୁ ତଦନ୍ତ କରୁଥିବା ପୋଲିସ ଉପରେ ଭରସା ଅଛି, ପୁଅ ମିଳିଯିବ। ଏହି ଆଶା ନେଇ ଆସନ୍ତା କାଲି ଘରକୁ ଫେରିବେ ଅହମ୍ମଦ।

ସୋହେଲ୍‌ ଦିଲ୍ଲୀରେ ଥିବା ନେଇ ଅଜାଜ ଅହମ୍ମଦ କହିଛନ୍ତି-“ସୋହେଲ୍‌ ଗୁରୁଗ୍ରାମରେ ଥିବା ଫେବ୍ରୁଆରୀରେ ୨୬ ତାରିଖରେ ଘରକୁ ଏକ ଫୋନ୍‌ ଆସିଥିଲା। ରାହୁଲ ନାମକ ଜଣେ ଯୁବକ ଫୋନ୍‌ କରି କହିଥିଲେ। ମାତ୍ର ରାହୁଲ କିଏ ଜାଣିନାହିଁ। ଆମର କୌଣସି ସମ୍ପର୍କୀୟ ଦିଲ୍ଲୀରେ ନାହାଁନ୍ତି। ବହୁ ଆଶା କରି ଏଠାକୁ ଆସିଥିଲି। ୧୬ ଦିନ ଧରି ରହିଥିଲି। କିନ୍ତୁ କୌଣସି ସକାରାତ୍ମ ଫଳ ପାଇଲି ନାହିଁ। ପୋଲିସ ନିଜର କାମ କରୁଛନ୍ତି। ପୋଲିସ ଓ ଗଣମାଧ୍ୟମ ଉପରେ ମୋର ଭରସା ରହିଛି।”

ପୋଲିସ କମିଶନର ୱାବି ଖୁରାନିଆ କହିଛନ୍ତି-“ସୋହେଲ ସମ୍ପର୍କରେ ଖୋଜିବା ପାଇଁ ଏକ ଟିମ୍‌ ଦିଲ୍ଲୀ ଯାଇଛି। ସେମାନେ ବିଭିନ୍ନ ଥାନାକୁ ଯୋଗାଯୋଗ କରି ଯାଞ୍ଚ କରିବେ। ସୋହେଲ ଦିଲ୍ଲୀରେ ଥିବା ନେଇ ଯେଉଁ ବ୍ୟକ୍ତି ଜଣକ ସୂଚନା ଦେଇଥିଲେ, ତାଙ୍କ ସହିତ ଯୋଗାଯୋଗ କରାଯିବ। ଏହାଛଡ଼ା ଦିଲ୍ଲୀରେ ରହୁଥିବା କାଶ୍ମୀର ସମ୍ପ୍ରଦାୟର ଲୋକଙ୍କ ସହିତ କଥାବାର୍ତ୍ତା କରିବ ଏହି ଟିମ୍‌।”

ପୂର୍ବରୁ ସୋହେଲଙ୍କୁ ଖୋଜିବା ପାଇଁ ପଶ୍ଚିମବଙ୍ଗ ଯାଇଥିବା ପୋଲିସ ଖାଲି ହାତରେ ଫେରିଥିଲା। ତେବେ ଦିଲ୍ଲୀରୁ କିଛି ସୁରାଗ ମିଳିବ କି ନାହିଁ ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story