ରାଜଧାନୀ ବସ୍ତିରେ ବ୍ରାଉନସୁଗାର ବିକୁଛନ୍ତି ଯୁବତୀ !

b

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାଠାରୁ ଅନତି ଦୂରରେ  ହଳଦୀପଡ଼ିଆ ବସ୍ତିରେ ବେଧଡ଼କ ଚାଲିଛି ବେଆଇନ ବ୍ରାଉନ ସୁଗାର କାରବାର । ଅନୁସଦ୍ଧାନ କରି ଯାହାର ପର୍ଦ୍ଦାଫାସ କରିଛି ଓଟିଭି। ଏହି ବସ୍ତିରେ ଯୁବତୀ ବ୍ରାଉନ ସୁଗାର ବିକୁଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କ ସହିତ ତାଙ୍କ ମା’ ଓ ଭାଇ  ମଧ୍ୟ ସାମିଲ ହୋଇଥିଲେ। ବସ୍ତିରେ ଅନ୍ୟ ଶିକ୍ଷିତ ଯୁବକ ମଧ୍ୟ ବ୍ରାଉନସୁଗାର ବିକ୍ରି କରୁଥିବା ଜଣାପଡ଼ିଛି।

ବ୍ରାଉନସୁଗାର ପାଇଁ କୋଡୱାର୍ଡ ହେଲା ‘ପତ୍ତା’ ଓ ‘ଗୋଡିଆ’। ୧୦୦ରୁ ୫୦୦ ଟଙ୍କା ମଧ୍ୟରେ ବ୍ରାଉନ ସୁଗାର  ବିକ୍ରି କରାଯାଉଛି। ବ୍ରାଉନ ସୁଗାର କିଣିବା ପାଇଁ ବସ୍ତିରେ ଗ୍ରାହକମାନେ ପହଞ୍ଚିଥାନ୍ତି। ସେମାନଙ୍କ ଭିତରୁ  ଅଧିକାଂଶ ହେଉଛନ୍ତି କଲେଜ ଛାତ୍ର।

ସବୁଠାରୁ ଚର୍ଚ୍ଚାର ବିଷୟ ଯେ,  କିଛିଦିନ ତଳେ ହଳଦୀପଡ଼ିଆରେ ନିଶା କାରବାର ରିପୋର୍ଟ ଓଟିଭିରେ ପ୍ରସାରଣ ହେବା ପରେ ବି ପୋଲିସ୍ ଓ ଅବକାରୀ ବିଭାଗ କିଛି ପଦକ୍ଷେପ ନେଲା ନାହିଁ । କିଛି ଦିନ ତଳେ ବ୍ରାଉନ ସୁଗାର ଯୋଗୁଁ ଜଣେ ଇଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ନେଟୱାର୍କ ଶୀଘ୍ର ଧରାପଡ଼ିବ। ମୋବାଇଲ ଜରିଆରେ  ନେଟୱାର୍କ ଆମ ପାଇଁ ଚ୍ୟାଲେଞ୍ଜ ହୋଇଛି।”

Previous ArticleNext Article

Send this to a friend