ଡିସେମ୍ବରରେ ସହରାଞ୍ଚଳର ସମସ୍ତଙ୍କୁ ପାନୀୟ ଜଳ

nn

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ସୁଦ୍ଧା ସହରାଞ୍ଚଳରେ ରହୁଥିବା ସମସ୍ତ ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳିବ। ରାଜ୍ୟର ୧୧୪ଟି ସହରାଞ୍ଚଳରେ ଏହି ସୁବିଧା ମିଳିବ। ଏଥିରେ ପ୍ରାୟ ୪୧ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ ୨୭୧୯କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।  ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ୫୪୬ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହିତ ସମସ୍ତଙ୍କୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ।

ଗତକାଲି ସଚିବାଳୟରେ ସହରାଞ୍ଚଳ ପାଇପ ପାନୀୟ ଜଳ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି ।

Previous ArticleNext Article

Send this to a friend