ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ଓଟିଭିର ମିନି ମାରାଥନ

mmm

ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍‌ସ ଦିବସ। ଏହି ଅବସରରେ ଏଡ୍‌ସ ଭଳି ମାରାତ୍ମକ ରୋଗଠୁ ଦୂରେଇ ରହିବା ପାଇଁ ଚାରିଆଡ଼େ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ବି ବିଶ୍ୱ ଏଡ୍‌ସ ଦିବସ ଅବସରରେ ଓଟିଭି ପକ୍ଷରୁ ଆୟୋଜିତ ହୋଇଛି ‘ମିନି ମାରାଥନ୍’। ରାଜଧାନୀରେ ଆୟୋଜିତ ଏହି ‘ମିନି ମାରାଥନ’ରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ଆଜି ସକାଳେ ଭୁବନେଶ୍ୱରର ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଏହି ‘ମିନି ମାରାଥନ’କୁ ଡିଜିପି ଆର୍.ପି. ଶର୍ମା ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଏମସି ମେୟର ଅନନ୍ତ ନାରାୟଣ ଜେନା, ପୋଲିସ କମିଶନର ୱାଇ.ବି. ଖୁରାନିଆ, ଅଭିନେତା, ଅଭିନେତ୍ରୀ ଓ କ୍ରୀଡାବିତଙ୍କ ସହ ବହୁ ସଂଖ୍ୟାରେ ସାଧାରଣ ଲୋକ ଭାଗ ନେଇଥିଲେ।

ଚଳିତ ବର୍ଷର ଥିମ୍ ରହିଛି ‘MY HEALTH MY RIGHT।’  ୨୦୩୦ ସୁଦ୍ଧା ଓଡ଼ିଶାକୁ ଏଡ୍‌ସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।

Previous ArticleNext Article

Send this to a friend