ବିଧାୟକ ଦଳ ବୈଠକରେ ପଞ୍ଚାୟତ ରଣନୀତି ଉପରେ ଆଲୋଚନା

congress-team

ଭୁବନେଶ୍ୱର: ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସ ଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ୧୪ ଜଣ ବିଧାୟକ ଯୋଗଦେଇ ପଞ୍ଚାୟତ ନିର୍ବାଚନ ଉପରେ ଆଲୋଚନା କରିଥିଲେ। ମାତ୍ର ଏହି ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇନଥିଲେ।

ବୈଠକ ପରେ ନରସିଂହ ମିଶ୍ର କହିଛନ୍ତି,“ଆଜି ବସିଥିବା ବୈଠକରେ ପଞ୍ଚାୟତ ନିର୍ବାଚନ ରଣନୀତି ଉପରେ ଆଲୋଚନା ହୋଇଥିଲା। ହାଇକମାଣ୍ଡ ଯଦି କହିବେ ବିଧାୟକମାନେ ନିର୍ବାଚନରେ ସାମିଲ ହେବେ। ବିଧାନସଭା ରଣନୀତି ପାଇଁ ପରେ ବୈଠକ ବସିବ।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ବିଧାୟକ ଦଳ ବୈଠକକୁ ମୋତେ ଡକାଯାଇନି।”

Previous ArticleNext Article

Send this to a friend