ଟ୍ରାଫିକ୍‌ ନିୟମ ଭଙ୍ଗକାରୀ ହୁସିଆର ! କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ଼ରୁ ପୈଠ କରିବେ ଜରିମାନା

Fine-for-breaking-traffic-rules

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କମିଶନରେଟ ପୋଲିସର ଟ୍ରାଫିକ ସିଷ୍ଟମରେ ଇ-ଚଲାଣ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଆଗକୁ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଜରିଆରେ ସଂଗ୍ରହ ହେବ ଜରିମାନା। ଏଏସ୍ଆଇଠାରୁ ଆରମ୍ଭ କରି ସମସ୍ତ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ଟଙ୍କା ଆଦାୟ ପାଇଁ ସ୍ୱାଇପ୍ ମେସିନ ଦିଆଯିବ। ଆସନ୍ତା କିଛି ମାସ ମଧ୍ୟରେ ଏହି  ନିୟମ ଲାଗୁ ହେବ। ଏନେଇ ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ବେଙ୍ଗାଲୁରୁ ଭଳି ସହରରେ ଏହି ଇ-ଚାଲାଣ ବ୍ୟବସ୍ଥା ପୂର୍ବରୁ ଲାଗୁ ହୋଇସାରିଛି। ଜରିମାନା ଆଦାୟ ବେଳେ ଗାଡି ଚାଳକ ଓ ଟ୍ରାଫିକ କର୍ମଚାରୀଙ୍କ ମଧ୍ୟରେ ଅଯଥା କଥାକଟା ହେଉଛି। ତେବେ ଏହି ନୂଆ ବ୍ୟବସ୍ଥା ଅସାଧୁ ଟ୍ରାଫିକ କର୍ମଚାରୀଙ୍କ ହାତ ଗୁଞ୍ଜା କାରବାର  ଉପରେ କେତେ ଦୂର ରୋକ ଲଗାଇ ପାରିବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend