ଲିଜାର ପିଲା ଜନ୍ମ ପାଇଁ ନନ୍ଦନକାନନରେ ଭାଲୁ ସଫାରୀ ବନ୍ଦ

Nandankanan,

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନକୁ ଆସିଛି ନୂଆ ଅତିଥି। ଭାଲୁ ଲିଜା ଜନ୍ମ ଦେଇଛି ଏକ ଶାବକ। ତେଣୁ  ଆଜିଠାରୁ ନନ୍ଦନକାନନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଭାଲୁ ସଫାରୀ ବନ୍ଦ ରହିବ। ଭାଲୁ ଲିଜା ସଫାରୀ ଭିତରେ ଏକ ଛୁଆ ଜନ୍ମ ଦେଇଥିବାରୁ ସଫାରୀ ବନ୍ଦ କରାଯାଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି। ଭାଲୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସଫାରୀ ବନ୍ଦ ରଖାଯାଇଛି।

ଭାଲୁ ସଫାରୀ ବନ୍ଦ ଯୋଗୁଁ ନନ୍ଦନକାନନରେ ଟିକଟ ଦର ମଧ୍ୟ କମାଯାଇଛି। ଟିକେଟ ଦର ୫୦ଟଙ୍କାରୁ ୪୦ଟଙ୍କାକୁ କମିଛି।  ବର୍ତ୍ତମାନ ନନ୍ଦନକାନନରେ ୫ଟି ମାଇ ଓ ୧୦ଟି ଅଣ୍ଡିରା ଭାଲୁ ଅଛନ୍ତି।

Previous ArticleNext Article

Send this to a friend