ସଚିବାଳୟରେ ମହୁମାଛି ଆତଙ୍କ, ଭୟରେ ଦୌଡ଼ିଲେ ସମସ୍ତେ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଯେଉଁ ସବୁ କାର୍ଯ୍ୟକ୍ରମ କରୁଛନ୍ତି, ତାହା ଉପରେ ଆଜି ସଚିବାଳୟରେ ଏକ ପ୍ରମୋ ସୁଟିଂ ହେବାର ଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେବାର ଥିଲା। ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ସଚିବାଳୟ ପରିସରରେ ଆତଙ୍କ ରଚିଲେ ମହୁମାଛି। ଭୟରେ ସଚିବାଳୟ କର୍ମଚାରୀ ଓ ପ୍ରମୋ ସୁଟିଂ ପାଇଁ ଆସିଥିବା ଆଦିବାସୀ ଲୋକମାନେ ଲନ୍&zwnj;ରୁ ସଚିବାଳୟ ଭିତରକୁ ଦୌଡ଼ି ଥିଲେ। କିଛି ଲୋକ ସଚିବାଳୟ ଲନ୍&zwnj;ରେ ଲୁଗା ଘୋଡ଼ାଇ ଶୋଇ ପଡ଼ିଥିଲେ। ମହୁମାଛି କାମୁଡ଼ାରେ ଆହତ ପିଲାମାନେ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆସିବା ପୂର୍ବରୁ ଏସବୁ ଘଟଣା ଘଟିଥିଲା। ପରେ ମୁଖ୍ୟମନ୍ତ୍ରୀ ଆସିଥିଲା। ତେବେ ପ୍ରମୋ ସୁଟିଂ ବନ୍ଦ ରହିଥିଲା।</p>

Ordigital Desk
  • Published: Thursday, 08 March 2018
  • Updated: 08 March 2018, 05:59 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଯେଉଁ ସବୁ କାର୍ଯ୍ୟକ୍ରମ କରୁଛନ୍ତି, ତାହା ଉପରେ ଆଜି ସଚିବାଳୟରେ ଏକ ପ୍ରମୋ ସୁଟିଂ ହେବାର ଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେବାର ଥିଲା। ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ସଚିବାଳୟ ପରିସରରେ ଆତଙ୍କ ରଚିଲେ ମହୁମାଛି। ଭୟରେ ସଚିବାଳୟ କର୍ମଚାରୀ ଓ ପ୍ରମୋ ସୁଟିଂ ପାଇଁ ଆସିଥିବା ଆଦିବାସୀ ଲୋକମାନେ ଲନ୍&zwnj;ରୁ ସଚିବାଳୟ ଭିତରକୁ ଦୌଡ଼ି ଥିଲେ। କିଛି ଲୋକ ସଚିବାଳୟ ଲନ୍&zwnj;ରେ ଲୁଗା ଘୋଡ଼ାଇ ଶୋଇ ପଡ଼ିଥିଲେ। ମହୁମାଛି କାମୁଡ଼ାରେ ଆହତ ପିଲାମାନେ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆସିବା ପୂର୍ବରୁ ଏସବୁ ଘଟଣା ଘଟିଥିଲା। ପରେ ମୁଖ୍ୟମନ୍ତ୍ରୀ ଆସିଥିଲା। ତେବେ ପ୍ରମୋ ସୁଟିଂ ବନ୍ଦ ରହିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos