ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ୱୁ ତାରିଣୀ ଆହତ

b-encounter

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ପୁଣି ଏନ୍‌କାଣ୍ଟର। ସୋରଡ଼ା ଭାଲିଆପଲ୍ଲୀ ରାସ୍ତା କାଜୁ ଜଙ୍ଗଲ ନିକଟରେ ପୋଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ୱୁ ତାରିଣୀ ଆହତ ହୋଇଛି। ଲମ୍ୱୁର ଦୁଇ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।   ଲମ୍ୱୁ ନିକଟରୁ ପୋଲିସ୍ ଗୋଟିଏ ପିସ୍ତଲ, ୭ ରାଉଣ୍ଡ ଗୁଳି ଓ ୨ଟି ବାଇକ୍‌ ଜବତ କରିଛି। ଲମ୍ୱୁର ୨ ସହଯୋଗୀ ଖସି ଯାଇଥିବା ଜଣାପଡ଼ିଛି।

ଲମ୍ୱୁ ନାଁରେ ୩୦ରୁ ଅଧିକ  ଅପରାଧିକ ମାମଲା ଥିବା ପୋଲିସ୍ ସୂଚନା ଦେଇଛି।

Previous ArticleNext Article

Send this to a friend