ଶିକାର କରିବାକୁ ଆସି ଯନ୍ତାରେ ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୋଲିସ ଗୁଳିରେ ଜଖମ୍ ହେଲା ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୂର୍ବତନ ପିଏଲ୍‌ଏଫ୍‌ଆଇ ସଦସ୍ୟ ବବୁଲ୍‌ ପାଶୱାନ ଓରଫ୍ ନାଗେଶ୍ୱର। ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କୋର୍ଟରେ ହାଜର ହେବାକୁ ଥିବା ଜଣେ ମୁଦାଲାକୁ ହତ୍ୟା କରିବା ପାଇଁ ଦୁଇ ସହଯୋଗୀଙ୍କ ସହ ଗଞ୍ଜାମ ଆସିଥିଲା ବବୁଲ୍‌। ପୋଲିସ କୌଣସି ସୂତ୍ରରୁ ଖବର ପାଇ ନିଧିଆପଲ୍ଲୀ ଅଞ୍ଚଳରେ ତାକୁ(ବବୁଲ୍‌)କୁ ଘେରି ଯାଇଥିଲା। ପୋଲିସକୁ ଦେଖି ବବୁଲ୍‌ ପ୍ରଥମେ ଗୁଳି ଚାଳନା କରିଥିଲା। ଜବାବରେ ପୋଲିସ ମଧ୍ୟ ବବୁଲ ଉପରକୁ ଗୁଳି ଚଳାଇଥିଲା। ଫଳରେ ସେ ଆହତ ହୋଇଥିଲା। ମାତ୍ର ତାଙ୍କର ଦୁଇ ସହଯୋଗୀ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ପରେ ଜଣେ ସହଯୋଗୀଙ୍କୁ ତାରସିଂହ ପାଖରେ ଏନ୍‌କାଉଣ୍ଟର କରିଛି ପୋଲିସ୍‌। ସେମାନଙ୍କଠାରୁ ଦୁଇଟି ପିସ୍ତଲ ଓ ଗୁଳି ଜବତ ହୋଇଛି।

ମାଓ ସଂଗଠନରୁ ଅଲଗା ହୋଇ ଗଠନ ହୋଇ ପିଏଲ୍‌ଏଫ୍‌ଆଇର ପୂର୍ବତନ ସଦସ୍ୟ ହୋଇଥିଲେ ବବୁଲ। ପରେ ସେ ନିଜେ ଗଢ଼ିଥିଲା ଝାଡ଼ଖଣ୍ଡ ପ୍ରସ୍ତୁତି କମିଟି। ଏହି ସଙ୍ଗଠନ ଜରିଆରେ ସେ ଝାଡ଼ଖଣ୍ଡ ଓ ଓଡ଼ିଶାରେ କ୍ରାଇମ୍‌ ନେଟ୍‌ୱାର୍କ ଚଳାଇଥିଲା। ଯାହାର ଚେର ରାଞ୍ଚିରୁ ରାଉରକେଲାକୁ ଲମ୍ୱିଥିଲା। ଉଭୟ ରାଜ୍ୟରେ ବବୁଲ ନାଁରେ ହତ୍ୟା ଓ ଡକାୟତି ପରି ୪୦ରୁ ଅଧିକ ମାମଲା ରହିଛି।

Previous ArticleNext Article

Send this to a friend