ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ବିଜେଡିକୁ ମିଳିଛି ବଡ଼ ଝଟକା। ବ୍ରହ୍ମପୁର ମେୟର କେ.ମାଧବୀ ପଦ ରଦ୍ଦ ହୋଇଛି। ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ପକ୍ଷରୁ ଆଗତ ଏକ ମାମଲାକୁ ବିଚାର କରି ଗଞ୍ଜାମ ଜିଲ୍ଲା ଦୌରାଜଜ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
୨୦୧୪ ମସିହାରେ ହୋଇଥିବା ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଜଣେ ସ୍ୱାମୀ ଅଛନ୍ତି ବୋଲି ମେୟର କେ.ମାଧବୀ ଦର୍ଶାଇ ଥିଲେ। ମାତ୍ର କେ.ମାଧବୀ ପ୍ରଥମ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିବା କୌଣସି ସୂତ୍ରରୁ ଜାଣିପାରିଥିଲେ ପୂର୍ବତନ ମେୟର ଶିବଶଙ୍କର ଦାସ। ଏନେଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟରେ ଦାଖଲ ହୋଇଥିବା ମାମଲାକୁ ବିଚାର କରି ମାଧବୀଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବିଚାରପତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।