କାମୁଡ଼ି ଦେଲା ବୋଲି…

wildlife

ଭଦ୍ରକ: ସକାଳୁ ସକାଳୁ ଗାଁ ଭିତରକୁ ପଶି ଆସିଲା ଗୋଟିଏ ବିଲୁଆ। ସେତେବେଳକୁ କିଏ ଘର ବାହାରେ ବସି ଦାନ୍ତ ଘଷୁଥିଲା ତ ଆଉ କେହି ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ। ହଠାତ୍ ବିଲୁଆକୁ ଦେଖି ସମସ୍ତେ ଡରି ଯାଇଥିଲେ। କେହି କିଛି ବୁଝିବା ପୂର୍ବରୁ ବିଲୁଆଟି ଜଣେ ଝିଅକୁ ଆକ୍ରମଣ କରିଥିଲା। ପାଟି କରୁ କରୁ ଆଉ ଜଣଙ୍କୁ ଧରି ପକାଥିଲା। ଏମିତି ଚାରି ଜଣଙ୍କୁ ଆକ୍ରମଣ କରିବା ପରେ ଗାଁ ଲୋକେ ଏକାଠି ହୋଇ ବିଲୁଆଟିକୁ ଆକ୍ରମଣ କରିଥିଲେ। ସେମାନେ ବିଲୁଆଟିକୁ ପିଟି ପିଟି ମାରି ଦେଇଥିଲେ। ଏହା ପରେ ସେମାନେ ମୃତ ବିଲୁଆଟିକୁ ଏକ ନଡ଼ିଆ ଗଛରେ ଝୁଲାଇ ଦେଇଥିଲେ।

ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବିନାୟକପୁର ଗାଁରେ। ସକାଳ ପ୍ରାୟ ୭ଟା ବେଳେ ଗାଁରେ ଏହି ଘଟଣାଟି ଘଟିଥିଲା। ତେବେ ଖବର ଲେଖାଯିବା ସୁଦ୍ଧା ବିଲୁଆଟି ସେମିତି ଗଛରେ ଝୁଲୁଥିଲା। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଥିଲେ।

ଆହତ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ବେଳେ ଆଉ ଦୁଇ ଜଣ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। କାହାର ହାତ ଖଣ୍ଡିଆ ହୋଇଛି ତ କାହାର ଗୋଡ଼ରେ କ୍ଷତ ହୋଇଛି।

Previous ArticleNext Article

Send this to a friend