ଭଦ୍ରକ ହିସାବନିକାଶ: ଆରଡିସିଙ୍କୁ ଜିଲ୍ଲାପାଳ ଦେଲେ ରିପୋର୍ଟ

ab.-otta

ଭଦ୍ରକ:  ଭଦ୍ରକ ସହରରେ ଘଟିଥିବା  ହିଂସାରେ କ୍ଷୟକ୍ଷତିର ରିପୋର୍ଟ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ କେନ୍ଦ୍ରାଞ୍ଚଳ ଆରଡିସି ଅଖିଳ ବିହାରୀ ଓତାଙ୍କୁ ପ୍ରଦାନ କରିଛନ୍ତି। ସହରର ୩୦ଟି ୱାର୍ଡ ମଧ୍ୟରୁ ୨୭ଟି ୱାର୍ଡର ୪୪୦ଟି ବ୍ୟବସାୟୀକ ପ୍ରତିଷ୍ଠାନ ପୋଡ଼ି ଯାଇଥିବା ସହିତ ୧୦ଟି ପକ୍କାଘର ମଧ୍ୟ ପୋଡିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟରେ ଉଠା ଦୋକାନୀ, ଗୋଦାମଘର ଓ ଦୋକାନଘର ସମେତ ମୋଟ ୪୫୦ଟି ପ୍ରତିଷ୍ଠାନ ଓ ଘର ପ୍ରଭାବିତ ହୋଇଛି। ମୋଟ ୯କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜିଲ୍ଲାପାଳ ରିପୋର୍ଟରେ ଦର୍ଶାଇଛନ୍ତି। ଏହି ରିପୋର୍ଟ ଆରଡିସି ସମୀକ୍ଷା କରିବା ପରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ସରକାର ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ଭେଡିଂ ଜୋନ୍‌ ପ୍ରତିଷ୍ଠା କରାଯାଇ ଦୋକାନୀମାନଙ୍କୁ ଥଇଥାନ କରାଯିବ। ସେହିପରି ପ୍ରଭାବିତ ହୋଇଥିବା ଘର ଓ ଗୋଦାମ ପ୍ରଭୃତି ପାଇଁ  ସରକାର ସହାୟତା ପ୍ରଦାନ କରିବେ।

ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକର ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ପ୍ରଭାବିତ ବ୍ୟବସାୟୀମାନଙ୍କୁ ଭେଡିଂଜୋନ୍‌ ପ୍ରତିଷ୍ଠା କରାଯାଇ ଥଇଥାନ କରାଯିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଭେଡିଂ ଜୋନ୍‌ ପାଇଁ ମ୍ୟୁନିସିପାଲିଟି ଜମି ଚିହ୍ନଟ କରିବା ସହିତ ରାଜ୍ୟ ସରକାର ସହାୟତା ଯୋଗାଇଦେବେ।

ସୋସିଆଲ ମିଡ଼ିଆରେ ଏକ ଅଶ୍ଲୀଳ ଭିଡ଼ିଓ ପୋଷ୍ଟିଂକୁ ନେଇ ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

 

 

Previous ArticleNext Article

Send this to a friend