ଚୂନ ଗୋଦାମରେ ଅଗ୍ନିକାଣ୍ଡ ,୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଗଲା

fire

ଭଦ୍ରକ:  ଭଦ୍ରକ ସହରର ଆରଏମ୍ ମାର୍କେଟ କମ୍ପ୍ଲେକ୍ସର ଏକ ଚୂନ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ନିଆଁ ଲାଗିବାରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି।  ଗୋଦାମରେ ଥିବା ଚୂନ, ବ୍ଲିଚିଂ, ହ୍ୱାଇଟ ସିମେଣ୍ଟ, ପୁଟ୍ଟି ଓ କାଇମାଟି ଆଦି ପୋଡ଼ି ଯାଇଛି।

ସଟ୍ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।  ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Previous ArticleNext Article

Send this to a friend