ମହିଳାଙ୍କୁ ଛେଚି ହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ୍: ଏସ୍‌ପି କହିଲେ-ଝିଅକୁ ଦୁଷ୍କର୍ମ କରାଯାଇଛି

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ତାଳସିଠା ଗାଁରେ ମହିଳାଙ୍କୁ ଛେଚି ହତ୍ୟା ଘଟଣା ଏକ ନୂଆ ମୋଡ଼ ନେଇଛି। ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିବା ଓଟିଭିକୁ ଭଦ୍ରକ ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ସେ କହିଛନ୍ତି,“ବେଡ୍ ଓ ସଂପୃକ୍ତ ରୁମ୍‌ରୁ ବାୟୋଲଜିକାଲ ସ୍ୟାମ୍ପଲ୍‌ ମିଳିଛି। ସ୍ୟାମ୍ପଲକୁ ପରୀକ୍ଷା ପାଇଁ ଫରେନ୍‌ସିକ୍ ଲ୍ୟାବ୍ ପଠାଯାଇଛି। ନିଖୋଜ ବାପାଙ୍କ ସନ୍ଧାନ କରିବାକୁ ପୁଲିସ୍‌ ଉଦ୍ୟମ କରୁଛି।” ଗତକାଲି ତାଳସିଠା ଗାଁରେ ଏହି ହତ୍ୟାକାଣ୍ଡ […]

rbdsp

rbdsp

Rakesh Mallick
  • Published: Monday, 30 July 2018
  • Updated: 30 July 2018, 03:58 PM IST

Sports

Latest News

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ତାଳସିଠା ଗାଁରେ ମହିଳାଙ୍କୁ ଛେଚି ହତ୍ୟା ଘଟଣା ଏକ ନୂଆ ମୋଡ଼ ନେଇଛି। ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିବା ଓଟିଭିକୁ ଭଦ୍ରକ ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ସେ କହିଛନ୍ତି,“ବେଡ୍ ଓ ସଂପୃକ୍ତ ରୁମ୍‌ରୁ ବାୟୋଲଜିକାଲ ସ୍ୟାମ୍ପଲ୍‌ ମିଳିଛି। ସ୍ୟାମ୍ପଲକୁ ପରୀକ୍ଷା ପାଇଁ ଫରେନ୍‌ସିକ୍ ଲ୍ୟାବ୍ ପଠାଯାଇଛି। ନିଖୋଜ ବାପାଙ୍କ ସନ୍ଧାନ କରିବାକୁ ପୁଲିସ୍‌ ଉଦ୍ୟମ କରୁଛି।”

ଗତକାଲି ତାଳସିଠା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗାଁର ରବି ବେହୁରିଆଙ୍କ ସ୍ତ୍ରୀ ଭକ୍ତିଲତା ବେହୁରିଆ(୫୫) ଙ୍କୁ ସେହି ଗାଁର ବବୁଆ ମହାନ୍ତି ନାମକ ଜଣେ ଯୁବକ ଶିଳପୁଆରେ ଛେଚି ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଭକ୍ତିଲତାଙ୍କ ସ୍ୱାମୀ ମଧ୍ୟ ନିଖୋଜ ଅଛନ୍ତି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ବବୁଆ ଓ ଭକ୍ତିଲତାଙ୍କ ସ୍ୱାମୀ ରବି ସାଙ୍ଗ ହୋଇ ଘରୁ ବାହାରକୁ ଯାଇଥିଲେ। ତେବେ ବିଳମ୍ୱିତ ରାତିରେ ହଠାତ୍ ରବିଙ୍କ ଫୋନ୍‌ରୁ କଲ୍‌ ପାଇ ଭକ୍ତିଲତା ଘରର କବାଟ ଖୋଲିଥିଲେ। କବାଟ ଖୋଲିବା ମାତ୍ରେ ବବୁଆ ଏକ ଶିଳପୁଆରେ ତାଙ୍କୁ ଆକ୍ରମଣ କରିଥିଲା।

ଭକ୍ତିଲତାଙ୍କ ଚିତ୍କାର ଶୁଣି ତାଙ୍କ ଝିଅ ଭୟଭୀତ ହୋଇ ଫୋନ୍‌ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବବୁଆ ସେ ଧରିଥିବା ଫୋନ୍‌କୁ ଫିଙ୍ଗି ଦେବା ସହ ତାଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲା ଓ ସେଠାରୁ ଫେରାର ହୋଇଯାଇଥିଲା। ପରେ ପଡ଼ୋଶୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos