ଧରମ ପୁଅର ନାରକୀୟ କାଣ୍ଡ: ଧରମ ବାପାଙ୍କୁ ମାରିଦେଲା

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ତାଳସିଠା ଗାଁରେ ମା’କୁ ହତ୍ୟା ଓ ଝିଅକୁ ଦୁଷ୍କର୍ମ ଅଭିଯୋଗ ଘଟଣା ନୂଆ ମୋଡ଼ ନେଇଛି। ଧରମ ବାପାକୁ ହତ୍ୟା ପରେ ମା’କୁ ହତ୍ୟା କରିଥିଲା ଅଭିଯୁକ୍ତ ଧରମ ପୁଅ। ଗତକାଲି  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଅଭିଯୁକ୍ତ ଧରମ ପୁଅ ବବୁଆ ମହାନ୍ତିଙ୍କୁ ଗିରଫ ପରେ ଏହା ଜଣାପଡ଼ିଛି। ବବୁଆ ପୁଲିସ୍‌ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି। ଅଭିଯୁକ୍ତର ଦେଇଥିବା ସୂଚନା ଅନୁସାରେ ମୃତ ମହିଳାଙ୍କ […]

bhadrak

bhadrak

Rakesh Mallick
  • Published: Tuesday, 31 July 2018
  • Updated: 31 July 2018, 03:17 PM IST

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ତାଳସିଠା ଗାଁରେ ମା’କୁ ହତ୍ୟା ଓ ଝିଅକୁ ଦୁଷ୍କର୍ମ ଅଭିଯୋଗ ଘଟଣା ନୂଆ ମୋଡ଼ ନେଇଛି।

ଧରମ ବାପାକୁ ହତ୍ୟା ପରେ ମା’କୁ ହତ୍ୟା କରିଥିଲା ଅଭିଯୁକ୍ତ ଧରମ ପୁଅ।

ଗତକାଲି  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଅଭିଯୁକ୍ତ ଧରମ ପୁଅ ବବୁଆ ମହାନ୍ତିଙ୍କୁ ଗିରଫ ପରେ ଏହା ଜଣାପଡ଼ିଛି। ବବୁଆ ପୁଲିସ୍‌ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି।

ଅଭିଯୁକ୍ତର ଦେଇଥିବା ସୂଚନା ଅନୁସାରେ ମୃତ ମହିଳାଙ୍କ ସ୍ୱାମୀ ରବି ବେଉରିଆଙ୍କ ମୃତଦେହ ଧାମନଗର କାଳତିରା କେନାଲ ନିକଟରୁ ଉଦ୍ଧାର କରାଯାଇଛି।

ହତ୍ୟାକାଣ୍ଡ ପଛରେ କାରଣ କ’ଣ ? କେମିତି ଓ କାହିଁକି ମୃତ ମହିଳାଙ୍କ ସ୍ୱାମୀକୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ଦିଗକୁ ନେଇ ପୁଲିସ୍‌ ତଦନ୍ତ ଚଳାଇଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଅଭିଯୋଗ ଅନୁସାରେ ବବୁଆ ଧରମ ମା ଭକ୍ତିଲତାଙ୍କୁ ଶିଳପୁଆରେ ଛେଚି ହତ୍ୟା କରିବା ପରେ ଧରମ ଭଉଣୀକୁ ଦୁଷ୍କର୍ମ କରିବା ସହ ହାତଗୋଡ଼ ବାନ୍ଧି ଫେରାର୍ ହୋଇଯାଇଥିଲା। ହତ୍ୟାକାଣ୍ଡ ପରଠୁ ମୃତ ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳି ନ ଥିଲା।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଅଭିଯୁକ୍ତ ବବୁଆ ଓ ଭକ୍ତିଲତାଙ୍କ ସ୍ୱାମୀ ରବି ସାଙ୍ଗ ହୋଇ ଘରୁ ବାହାରକୁ ଯାଇଥିଲେ। ବିଳମ୍ୱିତ ରାତିରେ ହଠାତ୍ ରବିଙ୍କ ଫୋନ୍‌ରୁ କଲ୍‌ ପାଇ ଭକ୍ତିଲତା ଘର କବାଟ ଖୋଲିଥିଲେ। କବାଟ ଖୋଲିବା ମାତ୍ରେ ବବୁଆ ଏକ ଶିଳପୁଆରେ ତାଙ୍କୁ ଆକ୍ରମଣ କରିଥିଲା।

ଭକ୍ତିଲତାଙ୍କ ଚିତ୍କାର ଶୁଣି ତାଙ୍କ ଝିଅ ଭୟଭୀତ ହୋଇ ଫୋନ୍‌ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବବୁଆ ସେ ଧରିଥିବା ଫୋନ୍‌କୁ ଫିଙ୍ଗି ଦେବା ସହ ତାଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲା ଓ ସେଠାରୁ ଫେରାର ହୋଇଯାଇଥିଲା। ପରେ ପଡ଼ୋଶୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos