ବନ୍ଦ ପାଳନ ବେଳେ ଯାତ୍ରୀଙ୍କୁ ଅରୁଆ, ଡାଲମା ପରଷିଲେ ଆନ୍ଦୋଳନକାରୀ

ଧର୍ମଗଡ(ଇଙ୍ଗିତ ପଣ୍ଡା): ସମଗ୍ର କଳାହାଣ୍ଡି ଜିଲାରେ ମଙ୍ଗଳବାର ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ବହୁସ୍ଥାନରେ ରାସ୍ତାରୋକୋ କରାଯାଇଥିଲା। ସମସ୍ତ ସରକାରୀ ଓ ବେସରାକରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଜିଲ୍ଲାର ଧର୍ମଗଡ, ଜୁନାଗଡ, କଲମପୁର, ବିଜମରା, ମହିଚଲା, ମଥୁରା, ଜୟପାଟଣା ଓ ପର୍ଲାରେ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଥିଲା। ମୋଟେର-ମୁଖିଗୁଡା ରାସ୍ତାର ବିଜମରାଠାରେ ଆନ୍ଦୋଳନ ବେଳେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ରାସ୍ତା ଅବରୋଧ କରି ଚକଅଖ ଜାମ୍‌ କରିଥିଲେ ଆନ୍ଦୋଳନକାରୀ। ଫଳରେ ରାସ୍ତାର ଦୁଇ କଡ଼ରେ ଅନେକ ଗାଡି ଅଟକି ରହିଥିଲା। ଏହି ସମୟରେ ଆନ୍ଦୋଳନକାରୀମାନେ ରାସ୍ତାରେ ଅଟକି ରହିଥିବା ଯାତ୍ରୀଙ୍କୁ ମାନବିକତା ଦୃଷ୍ଟିରୁ ରନ୍ଧାଖାଦ୍ୟ ଯୋଗାଇ ଦେଇଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିବାକୁ ଲାଗିଛି।

Previous ArticleNext Article

Send this to a friend