ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନିତ ହେଲେ ଭର୍ତ୍ତୃହରି

ନୂଆଦିଲ୍ଲୀ:  ୨୦୧୭ ମସିହାରେ ଦେଶର ଶ୍ରେଷ୍ଠ ସାଂସଦ ଭାବେ ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି ସମ୍ମାନିତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୩ରୁ ୨୦୧୭ ମସିହା ପର୍ଯ୍ୟନ୍ତ ୪ବର୍ଷର ଶ୍ରେଷ୍ଠ ସାଂସଦମାନଙ୍କୁ ସମ୍ମାନିତ କରିଛନ୍ତି। ୨୦୧୩ ମସିହା ପାଇଁ ନଜମା ହେପତୁଲ୍ଲା, ୨୦୧୪ ମସିହା ପାଇଁ ହୁକୁମ ଦେବ ନାରାୟଣ ଯାଦବ, ୨୦୧୫ ପାଇଁ ଗୁଲାମ ନବୀ ଆଜାଦ ଓ ୨୦୧୬ ପାଇଁ  […]

61928174

61928174

Rakesh Mallick
  • Published: Wednesday, 01 August 2018
  • Updated: 01 August 2018, 09:22 PM IST

Sports

Latest News

ନୂଆଦିଲ୍ଲୀ:  ୨୦୧୭ ମସିହାରେ ଦେଶର ଶ୍ରେଷ୍ଠ ସାଂସଦ ଭାବେ ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି ସମ୍ମାନିତ ହୋଇଛନ୍ତି।

ଆଜି ସନ୍ଧ୍ୟାରେ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୩ରୁ ୨୦୧୭ ମସିହା ପର୍ଯ୍ୟନ୍ତ ୪ବର୍ଷର ଶ୍ରେଷ୍ଠ ସାଂସଦମାନଙ୍କୁ ସମ୍ମାନିତ କରିଛନ୍ତି।


୨୦୧୩ ମସିହା ପାଇଁ ନଜମା ହେପତୁଲ୍ଲା, ୨୦୧୪ ମସିହା ପାଇଁ ହୁକୁମ ଦେବ ନାରାୟଣ ଯାଦବ, ୨୦୧୫ ପାଇଁ ଗୁଲାମ ନବୀ ଆଜାଦ ଓ ୨୦୧୬ ପାଇଁ  ଦୀନେଶ ତ୍ରିବେଦୀଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ରାଷ୍ଟ୍ରପତି ଆଜି ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି।

ଏହି ଅବସରରେ ଆୟୋଜିତ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଚସ୍ପତି ସୁମିତ୍ରା ମହାଜନଙ୍କ ସମେତ ବିଭିନ୍ନ ଦଳର ସାଂସଦମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ନେତାମାନଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ଚୟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos