ଭର୍ତ୍ତୃହରିଙ୍କୁ କୈଫିୟତ ପରେ କାର୍ଯ୍ୟାନୁଷ୍ଠାନକୁ ନେଇ କଳ୍ପନାଜଳ୍ପନା

b-mohatab

ଭୁବନେଶ୍ୱର: ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ସରଗରମ୍‌ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭର୍ତ୍ତୃହରିଙ୍କୁ କୈଫିୟତ ମାଗିବା ପରେ କ’ଣ ହେବ କାର୍ଯ୍ୟାନୁଷ୍ଠାନ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

କଟକ ସାଂସଦ ଭର୍ତ୍ତୃହରି ମହତାବ ୫ ଥର ସାଂସଦ ହେବା ସହ ନବୀନଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। କିନ୍ତୁ ସଭାପତିଙ୍କ ବିନା ଅନୁମତିରେ ସେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ। ତାଙ୍କ ମନ୍ତବ୍ୟ ଦଳର ଆଭିମୁଖ୍ୟ ବିରୋଧୀ ଥିଲା ବୋଲି ଦର୍ଶାଇ ଭର୍ତ୍ତୃହରିଙ୍କୁ କୈଫିୟତ ତଲବ କରାଯାଇଛି। କାର୍ଯ୍ୟାନୁଷ୍ଠାନ ହେଲେ ସଂସଦୀୟ ଦଳ ନେତାରୁ ସେ ବିଦା ହେବେ।

ଭର୍ତ୍ତୃହରି ମହତାବଙ୍କ ଏପରି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ଏବେ ନିର୍ବାଚନ ଯୁଦ୍ଧ ଆରମ୍ଭ ହୋଇଗଲା ଚଳେ। ଏହି ସମୟରେ ଭର୍ତ୍ତୃହରିଙ୍କର ଏପରି ମନ୍ତବ୍ୟ ରୁଚିକର ନୁହେଁ।”

ବିଜେଡି ଉପସଭାପତି ଦାମୋଦର ରାଉତ କହିଛନ୍ତି,“ଭର୍ତ୍ତୃହରିଙ୍କୁ ମଗାଯାଇଥିବା କୈଫିୟତ୍‌ର ସେ ଲିଖିତ ଉତ୍ତର ଦେବେ। ଉତ୍ତର ଦେବା ପରେ ଦଳର ସଭାପତି ତାକୁ ତର୍ଜମା କରିବେ। ଯଦି କୌଣସି ବିଶୃଙ୍ଖଳା ହୋଇଥିବ ବୋଲ ସଭାପତି ହୃଦୟଙ୍ଗମ କରନ୍ତି ତାହାହେଲେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି।”

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରମୁଖ ଦଳମାନଙ୍କ ସହ ସମ୍ପର୍କ ନେଇ ବିଜେଡିର ରାଜନୈତିକ ଆଭିମୁଖ୍ୟ ବିରୋଧୀ ମନ୍ତବ୍ୟ ଦେଇଥିଲେ ମହତାବ। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା।

Previous ArticleNext Article

Send this to a friend