ଟୁଇନ୍‌ ସିଟ୍‌ରେ ଦେହ ବେପାର; ସାତ ହୋଟେଲ ଓ ପାର୍ଲର ସିଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରରେ ୭ଟି ହୋଟେଲ, ପାର୍ଲର ସିଲ୍ କରିଛି କମିଶନରେଟ୍ ପୋଲିସ। ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗରେ ଭୁବନେଶ୍ୱରର ୬ଟି, କଟକର ଗୋଟିଏ ହୋଟେଲ ଓ ପାର୍ଲର ସିଲ୍ କରାଯାଇଛି। ଭୁବନେଶ୍ୱରର ହୋଟେଲ ନିର୍ମଳ ପ୍ୟାଲେସ, ଜନତା ପ୍ୟାଲେସ, ମୈତ୍ରୀ ଗେଷ୍ଟ ହାଉସ, ଖୁସ୍‌ବୁ ବିଉଟି ପାର୍ଲର, ୱାନ୍ ଷ୍ଟାର ପାର୍ଲର ଓ ସହିଦ ନଗରର ଏକ ଘର ସିଲ୍ କରାଯାଇଛି। ସେହିପରି କଟକ ରାଣୀହାଟ ଛକଠାରେ ଥିବା ଏକ ହୋଟେଲ ସିଲ୍ ହୋଇଛି। ପୂର୍ବରୁ ଦେହ ବ୍ୟବସାୟ ଧରାପଡ଼ିଥିବାରୁ ପୋଲିସ ଏଭଳି ପଦକ୍ଷେପ ନେଇଛି।

Previous ArticleNext Article